ହାଇଦ୍ରାବାଦ : ତନ୍ତ୍ରମନ୍ତ୍ର ବଳରେ କରୋନା ରୋଗ ଭଲ କରିଦେବ ବୋଲି ଦାବି କରୁଥିବା ହାଇଦ୍ରାବାଦର ଜଣେ ଭଣ୍ଡ କରୋନା ବାବାକୁ ପୁଲିସ ଗିରଫ କରିଛି। ମିଆଁପୁର ଥାନା ଅନ୍ତର୍ଗତ ହାପିଜପେଟ୍ ଅଞ୍ଚଳର ୫୦ ବର୍ଷୀୟ ଏମ୍.ଡି. ଇସ୍ମାଇଲ ନାମକ ଜଣେ ବ୍ୟକ୍ତି ନିଜକୁ କରୋନା ବାବାର ପରିଚୟ ଦେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କରୋନା ରୋଗରୁ ଭଲ କରିଦେବ ବୋଲି ପ୍ରଲୋଭିତ କରୁଥିଲା। କରୋନା ମହାମାରୀ ସମୟରେ ଏଭଳି ଜଣେ ଭଣ୍ଡ ବାବାର କାରନାମା ସମ୍ପର୍କରେ ଜଣାପଡ଼ିବା ପରେ ହାଇଦ୍ରାବାଦ ପୁଲିସ ତାକୁ ଏପିଡେମିକ ଆକ୍ଟ ବଳରେ ଗିରଫ କରିଛି। ପୁଲିସ ଏହି ଭଣ୍ଡ ବାବା ଓରଫ ଏମ୍.ଡି. ଇସ୍ମାଇଲ ଏବଂ ତାର ଜଣେ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ମିଆଁପୁର ଥାନାଧିକାରୀ ଏସ୍.ଭେଙ୍କଟେଶ ସୂଚନା ଦେଇଛନ୍ତି। ପୁଲିସର କହିବା ଅନୁଯାୟୀ, ଏମ୍.ଡି. ଇସ୍ମାଇଲ କରୋନା ରୋଗ ଭଲ କରିଦେବ କହି ପ୍ରତ୍ୟେକଙ୍କଠାରୁ ୧୨ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲା। ସାଧାରଣ ନିରୀହ ଲୋକେ କରୋନା ରୋଗ ଭୟରେ ଏହି ଭଣ୍ଡ ବାବା କଥାରେ ପଡ଼ି ହଜାର ହଜାର ଟଙ୍କା ଦେବାକୁ ବାଧ୍ୟ ହେଉଥିଲେ ବୋଲି ଇନିସପେକ୍ଟର ଭେଙ୍କଟେଶ କହିଛନ୍ତି।
ହାଇଦ୍ରାବାଦରୁ ଭଣ୍ଡ ‘କରୋନା ବାବା’ ଗିରଫ
/sambad/media/post_attachments/wp-content/uploads/2020/07/download-28.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)