ସୁରଟ୍: ଗୁଜରାଟର ସୁରଟରେ ଏକ ନକଲି ନୋଟ୍ କାରଖାନା ଠାବ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି କାରଖାନା ଏକ ଷ୍ଟୋର କାର୍ଯ୍ୟାଳୟରେ ଚାଲୁଥିଲା ଯାହା ଅନଲାଇନରେ ପୋଷାକ ବିକ୍ରି କରୁଥିଲା । ସନ୍ଦିଗ୍ଧମାନେ ୱେବ୍ ସିରିଜ୍ 'ଫର୍ଜି'ରୁ ଅନୁପ୍ରାଣିତ ହୋଇ ଜାଲ ନୋଟ ବ୍ୟବସାୟ ଚଳାଉଥିବା ଅଭିଯୋଗ ହୋଇଛି।
ଜବତ ହେଲା ୧ ଲକ୍ଷ ୨୦ ହଜାର ଟଙ୍କାର ଜାଲ ନୋଟ୍
ସୁରଟ ପୋଲିସ ଏସଓଜି ଟିମ୍ ର ଅଧିକାରୀମାନେ ଶନିବାର ସରଥାନା ଅଞ୍ଚଳରେ ଥିବା ଏକ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଟିମ୍ ଏଠାରୁ ୧ ଲକ୍ଷ ୨୦ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି। ଏଥିସହିତ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହାପରେ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅନ୍ଲାଇନ୍ ରେ ପୋଷାକ ବିକ୍ରି ବ୍ୟବସାୟ ଚଳାଇବା ପାଇଁ ଏକ କୋଠାରେ ଅଫିସ ୍ ଭଡ଼ା ନେଇଥିଲେ, କିନ୍ତୁ ଏହି ଆଳରେ ସେମାନେ ନକଲି ନୋଟ୍ ଛପାଉଥିଲେ।
ଏସଓଜି ଟିମ୍ କାର୍ଯ୍ୟାଳୟ ଓ ସେଠାରେ କାମ କରୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା ଏବଂ ଯେତେବେଳେ ତିନି ଜଣ ସନ୍ଦିଗ୍ଧ ନକଲି ନୋଟ୍ ଛାପିବା ପାଇଁ ସେଠାରେ ଥିବା ଦେଖିବାକୁ ମିଳିଥିଲା, ସେତେବେଳେ ଚଢ଼ାଉ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଟିମ୍ କାର୍ଯ୍ୟାଳୟରେ ଚଢ଼ଉ କରି ରାହୁଲ ଚୌହାନ, ପବନ ବନୋଦେ ଓ ଭବେଶ ରାଠୋରଙ୍କୁ ଗିରଫ କରିବା ସହ ୧ ଲକ୍ଷ ୨୦ ହଜାର ଟଙ୍କାର ନକଲି ନୋଟ୍ ଉତ୍ପାଦନ କରୁଥିବା ଏକ ଛୋଟ କାରଖାନା, ଏଫ୍ଆଇସିଏନ୍ ଭଳି ଉପକରଣ ଓ ଫଏଲ୍ ପେପର, କଲର ପ୍ରିଣ୍ଟର, ପ୍ରିଣ୍ଟିଂ ଇଙ୍କ୍ ଓ ଲାମିନେସନ୍ ମେସିନ୍ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)