ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ନକଲି ନୋଟ୍ ତିଆରି ରାକେଟ୍ ଚଳାଇବା ଏବଂ ୩୦ ହଜାର ଟଙ୍କାର ନକଲି ନୋଟ୍ ଚାଲାଣ କରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସତୀଶ ରାୟ ଓ ପ୍ରମୋଦ ମିଶ୍ର କମ୍ପ୍ୟୁଟର ପ୍ରିଣ୍ଟରରେ ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ନକଲି ୫୦୦ ଟଙ୍କିଆ ନୋଟ୍ ଛପାଉଥିଲେ। ସେମାନେ ମିର୍ଜାପୁରରୁ ଷ୍ଟାମ୍ପ ପେପର୍ କିଣୁଥିଲେ। ସମସ୍ତ ନୋଟ୍ର ସିରିଏଲ ନମ୍ବର ସମାନ ଥିଲା ବୋଲି ପୁଲିସ କହିଛି।
୧୦ ଟଙ୍କିଆ ଷ୍ଟାମ୍ପ ପେପର୍ରେ ନକଲି ୫୦୦ ଟଙ୍କିଆ ନୋଟ୍ ଛାପୁଥିଲେ
ସୋନଭଦ୍ରାର ରାମଗଡ଼ ବଜାରରେ ନକଲି ନୋଟ୍ ପାଇଁ ଆଉ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଗଲାବେଳେ ଦୁହେଁ ଗିରଫ ହୋଇଥିଲେ। ସେମାନଙ୍କ ପାଖରୁ ୨୦ଟି ୫୦୦ ଟଙ୍କିଆ ନକଲି ନୋଟ୍ ମିଳିଥିଲା। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କାଲୁ ସିଂହ କହିଛନ୍ତି ଯେ ନୋଟ୍ର ବିସ୍ତୃତ ବୈଶିଷ୍ଟ୍ୟ ନ ଜାଣିଲେ କେହି ଏହା ଅସଲି ନୁହେଁ ବୋଲି ଚିହ୍ନଟ କରିପାରିବେ ନାହିଁ। ଅଭିଯୁକ୍ତମାନେ ୟୁଟ୍ୟୁବ୍ରୁ ନକଲି ନୋଟ୍ ଛାପିବା ଶିଖିଥିଲେ ବୋଲି ପୁଲିସ କହିଛି। ନକଲି ନୋଟ୍ ବ୍ୟତୀତ ପୁଲିସ ଅଭିଯୁକ୍ତଙ୍କଠାରୁ ଗୋଟିଏ ଅଲ୍ଟୋ କାର୍, ନୋଟ୍ ଛାପିବା ପାଇଁ ବ୍ୟବହୃତ ଉପକରଣ, ଗୋଟିଏ ଲାପଟପ୍, ଗୋଟିଏ ପ୍ରିଣ୍ଟର ଓ ୨୭ଟି ଷ୍ଟାମ୍ପ ପେପର ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/10/8vkLXMBmm1MCR5W034D6.jpg)