ଦେଶରେ ୫୭ ପ୍ରତିଶତ ଡାକ୍ତର ନକଲି ! ଏଭଳି ସାଙ୍ଘାତିକ ତଥ୍ୟକୁ ସ୍ବୀକାର କଲେ ସରକାର

ନୂଆଦିଲ୍ଲୀ: ଦେଶରେ ଏଲୋପାଥି ଚିକିତ୍ସା କରୁଥିବା ବହୁ ସଂଖ୍ୟକ ଡାକ୍ତର ନକଲି | କିଛି ଏଭଳି ସାଙ୍ଘାତିକ ତଥ୍ୟକୁ ସମର୍ଥନ କରିଛନ୍ତି ସରକାର | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୬ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ କାମ କରୁଥିବା ଏଲୋପାଥି ଡାକ୍ତରଙ୍କ ମଧ୍ୟରୁ ୫୭.୩ ପ୍ରତିଶତ ନକଲି ହୋଇଥିବା ବେଳେ ସେମାନଙ୍କ ପାଖରେ କୌଣସି ସମ୍ବନ୍ଧିତ ଡିଗ୍ରି ନାହିଁ | କିନ୍ତୁ ଏହାକୁ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସ୍ବୀକାର କରିଥିଲେ | କିନ୍ତୁ ବର୍ତ୍ତମାନ ଏହି ତଥ୍ୟକୁ ସମର୍ଥନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ | ପିଆଇବି ମାଧ୍ୟମରେ ଗତ ୬ ତାରିଖରେ ଏହି ତଥ୍ୟ ପ୍ରକାଶ କରିଛି ମନ୍ତ୍ରାଳୟ।

timesnownews.com

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୫୭.୩ ଡାକ୍ତରଙ୍କ ପାଖରେ କୌଣସି ଶିକ୍ଷାଗତ ଯୋଗ୍ୟତା ନାହିଁ | ୨୦୦୧ ଜନଗଣନା ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗ୍ରାମୀଣ ଅଞ୍ଚଳରେ ୨୦ ପ୍ରତିଶତ ଡାକ୍ତର ବିନ ଡିଗ୍ରିରେ ରୋଗୀଙ୍କର ଚିକିତ୍ସା କରୁଛନ୍ତି | ସେହିପରି ୩୧ ପ୍ରତିଶତ ଡାକ୍ତରୀ ଚିକିତ୍ସା ଯୋଗାଉଥିବା ବ୍ୟକ୍ତି କେବଳ ଦ୍ୱାଦଶ ଯାଏଁ ପାଠ ପଢ଼ିଛନ୍ତି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗ୍ରାମ ଓ ସହରରେ ଡାକ୍ତରଙ୍କୁ ନେଇ ଅସାମଞ୍ଜସ୍ୟ ସ୍ଥିତି ରହିଛି | ସେହିପରି ନକଲି ଡାକ୍ତର ମଧ୍ୟ ବହୁ ସଂଖ୍ୟାରେ ସକ୍ରିୟ ରହିଛନ୍ତି |

ସମ୍ବନ୍ଧିତ ଖବର