ଭଡାରେ ଗାଡି, ବଡିଗାର୍ଡ ସହ ଘର ବାହାରେ ଲଗାଇଥିଲେ ଆଇଏଏସ ନାମଫଳକ, ଧରିଲା ପୁଲିସ

ରାଞ୍ଚି: ନିଜକୁ ଆଇଏଏସ ଅଫିସର ଭାବରେ ପରିଚୟ ଦେବାକୁ ଭଡାରେ ଆଣିଥିଲେ ଗାଡି ଓ ନିଜ ଟଙ୍କାରେ ନିୟୋଜିତ କରିଥିଲେ ବଡିଗାର୍ଡ | ଘର ସାମ୍ନାରେ ଲଗାଇଥିଲେ ଆଇଏଏସ ନାମଫଳକ | ଆଉ ନକଲି ଆଇଏଏସ ଙ୍କ ଏହି କାରନାମା ବାବଦରେ ପୁଲିସ ଜାଣିବା ପରେ ତାଙ୍କୁ ଧରିଛି | ଏହି ଯୁବତୀଙ୍କର ନାମ ମୋନିକା ହୋଇଥିବାବେଳେ ତାଙ୍କ ଘର ହେଉଛି ମଧ୍ୟପ୍ରଦେଶ | ତାଙ୍କ ବାପା-ମା ତାଙ୍କୁ ୟୁପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ ଦିଲ୍ଲୀ ପଠାଇଥିଲେ ଏବଂ ସେ ମଧ୍ୟ ପ୍ରସ୍ତୁତ ହେଉଥିଲେ |

କିନ୍ତୁ କଠିନ ପରିଶ୍ରମ ବିନା ଆଇଏଏସ ହେବାର ଇଚ୍ଛା ମୋନିକାଙ୍କୁ ଠକ ସଜାଇଦେଇଛି | ମୋନିକାଙ୍କ ପିତା-ମାତା ସରକାରୀ ଚାକିରି କରୁଥିବାବେଳେ ସେମାନେ ଜାଣି ନଥିଲେ ଯେ ତାଙ୍କ ଝିଅ ଏହିପରି ଠକିବ | ଏହି ମାମଲାକୁ ନେଇ ଅର୍ଗୋରା ଥାନାର ପୁଲିସ ଅଧିକାରୀ ବିନୋଦ କୁମାର କହିଛନ୍ତି ଯେ ସେ ସୂଚନା ପାଇଥିଲେ ଯେ ଅଶୋକ ନଗର ଅଂଚଳରେ ଜଣେ ଟ୍ରେନିଂ ଆଇଏଏସ୍ ରହୁଛନ୍ତି।

ଆଉ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଯୁବତୀ ଜଣକ ଏକ ଘର ଭଡାରେ ନେଇଥିଲେ। ଘର ବାହାରେ ଆଇଏଏସ୍ ବୋର୍ଡ ଲଗାଇବା ସହ ଏକ କାର ଏବଂ ଜଣେ ଘରୋଇ ଅଙ୍ଗରକ୍ଷୀଙ୍କୁ ମଧ୍ୟ ଭଡାରେ ନିଯୁକ୍ତି ଦେଇଥିଲେ। ଏହି ଜାଲିଆତି ମାମଲାରେ ଅର୍ଗୋରା ପୁଲିସ ଷ୍ଟେସନରେ ମୋନିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ମୋନିକା ତାଙ୍କ ପରିବାରକୁ ଦେଖାଇବାକୁ ଚାହୁଁଥିଲେ ଯେ ସେ ଜଣେ ଆଇଏଏସ୍ ହୋଇଛନ୍ତି। ସେଥିପାଇଁ ସେ ଏହି କାହାଣୀ ରଚିଥିଲେ |

ସମ୍ବନ୍ଧିତ ଖବର