ଆରଏସଏସର ସରସଂଘଚାଳକ ଡ. ମୋହନ ଭାଗବତଙ୍କ ସମ୍ପର୍କରେ ମିଥ୍ୟା ସମ୍ବାଦ ପରିବେଷଣ କରି ଦୁଇ ବରିଷ୍ଠ ସାମ୍ବାଦିକ ନିନ୍ଦିତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ( ଆରଏସଏସ)ର ସରସଂଘଚାଳକ ଡ. ମୋହନ ଭାଗବତଙ୍କ ସମ୍ପର୍କରେ ମିଥ୍ୟା ସମ୍ବାଦ ପରିବେଷଣ କରିଥିବାରୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପର ମରାଠୀ ଦୈନିକ ଲୋକସତ୍ତାର ସମ୍ପାଦକ ଗିରୀଶ କୁବେର ଓ ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କୁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ତୀବ୍ର ନିନ୍ଦା କରିଥିବା ଜଣାଯାଇଛି। ସେମାନଙ୍କର କ୍ଷମା ପ୍ରାର୍ଥନାକୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ।

ଏଠାରେ ସୂଚନାଯୋଗ୍ୟ ଯେ କରଣ ଥାପର ଏବଂ ଲୋକସତ୍ତାର ସମ୍ପାଦକ ଗିରୀଶ କୁବେର ଏକ ସମ୍ପାଦକୀୟ ଲେଖି ଆରଏସଏସ ସରସଂଘଚାଳକ ଡ. ମୋହନ ଭାଗବତଙ୍କ ଏକ ଏପରି ବକ୍ତବ୍ୟକୁ ଉଦ୍ଧୃତ କରିଥିଲେ ଯାହା ସେ କହି ନଥିଲେ । ଏ ସମ୍ପର୍କରେ ମୁମ୍ବାଇର ଅକ୍ଷୟ ଫାଟକ ନାମକ ଜଣେ ବ୍ୟକ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆଙ୍କ ନିକଟରେ କରଣ ଥାପର ଓ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପର ଲୋକସତ୍ତା ସମ୍ବାଦପତ୍ର ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ପ୍ରେସ କାଉନସିଲ ଅଫ ଇଣ୍ଡିଆ କରଣ ଥାପର ଏବଂ ଗିରୀଶ କୁବେରଙ୍କର ଏପରି ମିଥ୍ୟା ତଥ୍ୟ ପ୍ରକାଶନକୁ ନେଇ ପ୍ରଶ୍ନ କରିଥିଲେ ।

୨୦୧୮ ମସିହା ସେପ୍ଟେମ୍ବର ୨୧ତାରିଖରେ ଦିଲ୍ଲୀରେ ଡ. ମୋହନ ଭାଗବତ ଭବିଷ୍ୟତର ଭାରତ ସମ୍ପର୍କରେ ଏକ ତିନିଦିନିଆ ବକ୍ତତାମାଳା ପ୍ରଦାନ କରିଥିଲେ।ଏହି ପ୍ରସଙ୍ଗ ଉପରେ ୨୧ ସେପ୍ଟେମ୍ବର ୨୦୧୮ରେ ଗିରିଶ କୁବେର ଏକ ସମ୍ପାଦକୀୟ ଲେଖିଥିଲେ ଓ ସେଥିରେ ସେ ମୋହନ ଭାଗବତଙ୍କୁ ଭୁଲ କଥା ଉଦ୍ଧୃତ କରି ଲେଖିଥିଲେ ଯେ ଦାଦରୀ ମାମଲାରେ ମହମ୍ମଦ ଅଖଲାକର ହତ୍ୟା ଘଟଣା ଠିକ କାରଣ ବେଦରେ ଗୋ ହତ୍ୟା କରୁଥିବା ବ୍ୟକ୍ତିମାନଙ୍କୁ ହତ୍ୟା କରାଯିବାର ଆଦେଶ ରହିଛି ।

photo-organiser

ସେହିପରି ବରିଷ୍ଠ ସାମ୍ବାଦିକ କରଣ ଥାପର ମଧ୍ୟ ତାଙ୍କର ଲେଖାରେ ମୋହନ ଭାଗବତଙ୍କ ଭୁଲ କଥା ଉଦ୍ଧୃତ କରିଥିଲେ । ସେ ‘ହାଜ ଦି ଆରଏସଏସ ଗ୍ରାଉଣ୍ଡ ସିଫ୍ଟେଡ’ ଶୀର୍ଷକ ଲେଖାରେ ଲେଖିଥିଲେ ଯେ ମୋହନ ଭାଗବତ ମହମ୍ମଦ ଅଖଲାକର ହତ୍ୟା ପରେ କହିଥିଲେ ଯେ ବେଦରେ ଗୋହତ୍ୟା କରୁଥିବା ଲୋକକୁ ହତ୍ୟା କରାଯିବାର ଆଦେଶ ରହିଛି । ମାତ୍ର ସତ କଥା ହେଲା ଯେ ଡ଼ ମୋହନ ଭାଗବତ ଉକ୍ତ କାର୍ଯ୍ୟକ୍ରମରେ ହିଂସାକୁ ଦୃଢ ନିନ୍ଦା କରିଥିଲେ ।

ସମ୍ବନ୍ଧିତ ଖବର