ଲୋକସଭା ନିର୍ବାଚନରେ ନକଲି ଆଙ୍ଗୁଠିର ବ୍ୟବହାର ନେଇ ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ : କିଛି ଦିନ ତଳେ ପାଇଲଟ୍‌ ଅଭିନନ୍ଦନ ବିଜେପିରେ ଯୋଗ ଦେବା ନେଇ ମିଛ ଖବର ପ୍ରଚାର ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ୨୦୧୯ ଲୋକସଭା ନିର୍ବାଚନରେ ଲୋକମାନେ ନକଲି ଆଙ୍ଗୁଠିର ବ୍ୟବହାର କରି ବାରମ୍ବାର ଭୋଟ୍‌ ଦେଉଥିବା ଅଭିଯୋଗ କରାଯାଇ ଫଟୋଟି ପ୍ରଥମେ ସେୟାର କରାଯିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଏ ନେଇ ମତଦାତାଙ୍କ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଭାଇରାଲ ହୋଇଥିବା ଫଟୋଟି ନକଲି ବୋଲି ଜଣା ପଡ଼ିଛି । ପ୍ରତି ନିର୍ବାଚନରେ ଏଭଳି ଫଟୋ ଭାଇରାଲ ହୋଇଥାଏ ବୋଲି ସ୍ପଷ୍ଟ ହେବା ପରେ ଲୋକମାନଙ୍କ ମନକୁ ସାନ୍ତ୍ୱନା ମିଳିଛି ।

navbharattimes.indiatimes.com

ସୂଚନା ମୁତାବକ, ଫଟୋଟି ସୋସିଆଲ ମିଡିଆରେ ଭାଇରାଲ କରାଯିବା ସହ ସବୁ ମତଦାନ ଅଧିକାରୀମାନଙ୍କୁ ସାବଧାନ ରହିବା ପାଇଁ କୁହାଯାଇଥିଲା । ମତଦାନ କରିବାକୁ ଆସୁଥିବା ଲୋକଙ୍କ ଆଙ୍ଗୁଠି ଭଲ ଭାବରେ ଟାଣିବା ପରେ ଯାଇ ସେମାନଙ୍କୁ ମତଦାନ କରିବାକୁ ଦିଆଯାଉ ବୋଲି ଫଟୋର କ୍ୟାପ୍‌ସନରେ ଲେଖାଥିଲା । ତେବେ ଭାଇରାଲ ହୋଇଥିବା ନକଲି ଆଙ୍ଗୁଠିଗୁଡ଼ିକ ଜାପାନରେ ଗ୍ୟାଙ୍ଗଓ୍ୱାରରେ ଲିପ୍ତ ଥିବା ଲୋକମାନଙ୍କର ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର