ମୋଦୀ ନୋବେଲ ପୁରସ୍କାର ପାଇଁ ବଡ଼ ଦାବିଦାର କି ? ମିଛ ଖବର ବୋଲି କହିଲେ ନୋବେଲ କମିଟି ଉପ-ସଭାପତି

ନୂଆଦିଲ୍ଲୀ : ନରଓ୍ବେର ନୋବେଲ ପୁରସ୍କାର କମିଟିର ଉପ-ସଭାପତି ଆସଲେ ଟୋଜେଙ୍କ ବୟାନ ପରେ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚା ଉଠିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ଼ ଦାବିଦାର ଅଛନ୍ତି । ଏହାକୁ ନେଇ ମୋଦୀଙ୍କ ସମର୍ଥକମାନେ ବି ଉତ୍ସାହିତ ହୋଇଯାଇଥିଲେ ।

କିନ୍ତୁ ଖୋଦ ଟୋଜେ ଏହି ଉତ୍ସାହରେ ଭଟ୍ଟା ପକାଇଦେଇଛନ୍ତି । ସେ କହିଛନ୍ତି ଯେ ଏହା ଏକ ମିଥ୍ୟା ଖବର ।  ସେ କହିଛନ୍ତି ସେ ନୋବେଲ କମିଟିର ଉପ-ସଭାପତି ଭାବେ ନୁହେଁ, ବରଂ ଇଣ୍ଟରନ୍ୟାସନାଲ ପିସ୍ ଏଣ୍ଡ୍ ଅଣ୍ଡରଷ୍ଟାଣ୍ଡିଙ୍ଗର ନିର୍ଦେଶକଭାବେ ଓ ଦିଲ୍ଲୀର ଏନଜିଓ ଇଣ୍ଡିଆ ସେଣ୍ଟର ଫାଉଣ୍ଡେସନର ଜଣେ ଶୁଭେଚ୍ଛୁ ଭାବେ ଭାରତ ଆସିଥିଲେ । ଏଣୁ ଏହି ଚର୍ଚ୍ଚାକୁ ଆଉ ହାୱା ଦିଆ ନଯାଉ ଓ ମୁଁ ସେପରି କିଛି କହିଥିବା ଅସ୍ବୀକାର କରୁଛି ବୋଲି ସେ ସ୍ଫଷ୍ଟ କରିଛନ୍ତି ।

ଏଥିସହ ସେ ଗଣମାଧ୍ୟମକୁ କହିଛନ୍ତି, ଏହି ସମୟ ଯୁଦ୍ଧର ନୁହେଁ, ବୋଲି ମୋଦୀଙ୍କ ବକ୍ତବ୍ୟ ଭବିଷ୍ୟତ ପାଇଁ ଆଶାର ସଂକେତ । ଭବିଷ୍ୟତ ଯୁଦ୍ଧ ନୁହେଁ ଶାନ୍ତିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଋଷ, ଆମେରିକା ଏବଂ ଚୀନ୍ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ବେଳେ କହିଥିଲେ । ମୁଁ ଖୁସି ଯେ ମୋଦୀ କେବଳ ଭାରତକୁ ଆଗେଇ ନେବା ପାଇଁ ନୁହେଁ ବରଂ ବିଶ୍ୱରେ ଶାନ୍ତି ପାଇଁ ଜରୁରୀ ପ୍ରସଙ୍ଗରେ ମଧ୍ୟ କାମ କରୁଛନ୍ତି । ସାରା ବିଶ୍ୱ ଭାରତଠାରୁ ଶିଖିବା ଦରକାର । ବିଶ୍ବବାସୀ ମୋଦୀଙ୍କ ପଛରେ ରହିବା ଉଚିତ୍ ।

 

ସମ୍ବନ୍ଧିତ ଖବର