ଆପଣଙ୍କ ପର୍ସରେ ନାହିଁ ତ ନକଲି ନୋଟ! ବର୍ଷକ ମଧ୍ୟରେ ଧରାପଡିଲାଣି ୨ ଲକ୍ଷରୁ ଅଧିକ ନକଲି ଟଙ୍କା

ନୂଆଦିଲ୍ଲୀ: ନକଲି ନୋଟ୍ କ୍ରମାଗତ ଭାବରେ ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ଆରବିଆଇ ରିପୋର୍ଟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ୨ ଲକ୍ଷରୁ ଅଧିକ ନକଲି ନୋଟ୍ ଜବତ କରାଯାଇଛି। ଏଥିରେ ୧୦୦ ଟଙ୍କିଆ ନକଲି ନୋଟ୍ ସବୁଠାରୁ ଅଧିକ ରହିଛି | ୨୦୨୦–୨୧ ରେ ଜବତ ହୋଇଥିବା ନକଲି ନୋଟଗୁଡିକର ଅଧାରୁ ଅଧିକ ହେଉଛି ୧୦୦ ଟଙ୍କିଆ ନୋଟ୍ | ଏହା ପରେ, ୫୦୦ ଏବଂ ୫୦ ଟଙ୍କିଆ ନୋଟ ରହିଛି | ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ବର୍ଷରେ ୨୦୮୬୨୫ ନକଲି ନୋଟ୍ ଧରାଯାଇଛି।

ଧରାଯାଇଥିବା ନକଲି ନୋଟ୍ ମଧ୍ୟରେ ସର୍ବାଧିକ ୧୦୦ ଟଙ୍କିଆ (୧୧୦୭୩୬ଟି ନୋଟ୍) ଧରାପଡିଛି | ୨୦୧୮–୧୯ ମସିହାରେ ଦେଶରେ ୩୧୭୩୮୪ ନୋଟ୍ ଧରାଯାଇଥିବାବେଳେ ୨୦୧୯–୨୦ ରେ ଏହି ସଂଖ୍ୟା ୨୯୬୬୯୫ ଥିବାବେଳେ ଏହି ବର୍ଷ, ଏହି ସଂଖ୍ୟା ୨୦୮୬୨୫ କୁ ଖସି ଆସିଛି | ଆଶ୍ଚର୍ଯ୍ୟଜନକ କଥା ହେଉଛି ୧୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯାଇଛି କିନ୍ତୁ ଏହାର ନକଲି ନୋଟ୍ ମଧ୍ୟ ଧରାଯାଉଛି। ଗତ ବର୍ଷ ୧୦୦୦ ଟଙ୍କିଆର ୨ ଟି ନୋଟ୍ ଜବତ କରାଯାଇଛି ।

ଏଥି ସହିତ, ୨୦୧୮–୧୯ ରେ ୭୧୭ଟି ହଜାରେ ଟଙ୍କିଆ ନୋଟ୍ ଏବଂ ୨୦୧୯–୨୦ ରେ ୭୨ ଟି ନୋଟ୍ ଜବତ ହୋଇଥିଲା | ସେହିପରି ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ୮୭୯୮ଟି ୨ ହଜାର ଟଙ୍କିଆ ନକଲି ନୋଟ୍ ଧରାଯାଇଛି | ୨୦୧୯-୨୦ରେ ୧୭୦୨୦ଟି ଏବଂ ୨୦୧୮-୧୯ରେ ୨୧୮୪୭ଟି ନକଲି ୨୦୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା |

ସମ୍ବନ୍ଧିତ ଖବର