କୋଲକାତା : ପଶ୍ଚିମବଙ୍ଗରେ ଏକ ବଡ଼ ଜାଲ ପାସପୋର୍ଟ (fake passport) ରାକେଟର ପର୍ଦ୍ଦାଫାସ ହୋଇଛି । ଏହି ରାକେଟ ଅବୈଧ ବାଂଲାଦେଶୀମାନଙ୍କୁ ଭାରତୀୟ ପାସପୋର୍ଟ ପ୍ରଦାନ କରୁଥିଲା । ଇଡି ଏହି ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ।

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଇଥିବା ତଦନ୍ତରେ ନକଲି ପାସପୋର୍ଟ ହାସଲ କରିଥିବା ୪୦୦ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଲକାତାର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟରୁ ଏହି ସୂଚନା ସଂଗ୍ରହ କରିଛି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଚକଦାହା ସହରରେ ଏହି ନକଲି ଭାରତୀୟ ପାସପୋର୍ଟ ରାକେଟ ଚାଲୁଥିଲା ।

ଏହି ରାକେଟ ୪୦୦ ବାଂଲାଦେଶୀଙ୍କୁ ଭାରତୀୟ ପାସପୋର୍ଟ ପ୍ରଦାନ କରିଥିଲା ଓ ଏଥିପାଇଁ ପ୍ରାୟ ୨ କୋଟି ଟଙ୍କାର ଅର୍ଥ କାରବାର ହୋଇଥିଲା  

ଏହି ରାକେଟ ସହିତ ଜଡିତ ଜଣେ ପ୍ରମୁଖ ଅପରେଟରଙ୍କୁ ଇଡି ଗିରଫ କରିଛି। ଅଭିଯୁକ୍ତ ଇନ୍ଦୁ ଭୂଷଣ ବୋଲି ଚିହ୍ନଟ କରାଯାଇଛି। ସେ ପାକିସ୍ତାନୀ ନାଗରିକ ଆଜାଦ ମଲିକର ଜଣେ ସହଯୋଗୀ ମଧ୍ୟ ଥିଲେ, ଯାହାକୁ ଚଳିତ ବର୍ଷ ଆରମ୍ଭରେ ସମାନ ନକଲି ଭାରତୀୟ ପାସପୋର୍ଟ ରାକେଟ ସହିତ ଜଡିତ ମାମଲାରେ ଗିରଫ କରାଯାଇଥିଲା। ମଲ୍ଲିକ, ମୂଳତଃ ଜଣେ ପାକିସ୍ତାନୀ ନାଗରିକ, ପୂର୍ବରୁ ନକଲି ଭାରତୀୟ ପରିଚୟପତ୍ର ବ୍ୟବହାର କରି ବାଂଲାଦେଶର ନାଗରିକ ହୋଇଥିଲେ। ସୂଚନା ଅନୁସାରେ ଏହି ରାକେଟ ୪୦୦ ବାଂଲାଦେଶୀଙ୍କୁ ଭାରତୀୟ ପାସପୋର୍ଟ ପ୍ରଦାନ କରିଥିଲା ଓ ଏଥିପାଇଁ ପ୍ରାୟ ୨ କୋଟି ଟଙ୍କାର ଅର୍ଥ କାରବାର ହୋଇଥିଲା ।