ଭାରତୀୟଙ୍କୁ ପାକିସ୍ତାନୀ କହି ସଫଳତାର ଡିଣ୍ଡିମ ପିଟୁଛନ୍ତି ଇମ୍ରାନ ଖାନ, ପାକିସ୍ତାନ ସାଂସଦ ଉଠାଇଲେ ପ୍ରଶ୍ନ

କରାଚୀ: ଭାରତୀୟଙ୍କୁ ପାକିସ୍ତାନ ନାଗରିକ ଭାବରେ ଉପସ୍ଥାପିତ କରି ହଟହଟା ହେଲେ ଇମ୍ରାନ ଖାନ | ସୂଚନା ମୁତାବକ ପାକିସ୍ତାନରେ ତିନି ବର୍ଷ ଶାସନ କରିବା ପରେ ଇମ୍ରାନ ଖାନ ବହୁତ ଖୁସି ଅଛନ୍ତି। ଅନେକ ବିଫଳତା ସତ୍ତ୍ୱେ ତିନି ବର୍ଷ ଧରି କ୍ଷମତାରେ ଥିବାରୁ ତାଙ୍କ ଦଳ ଏହି ସଫଳତାକୁ ବିଭିନ୍ନ ପୋଷ୍ଟର, ବ୍ୟାନର ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି | ତେବେ ଏହି ପରିପ୍ରେକ୍ଷୀରେ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଏଭଳି ଭୁଲ କରିଛି, ଯାହାକୁ ନେଇ ତାଙ୍କୁ ପରିହାସ କରାଯାଉଛି।

ବିରୋଧୀ ମଧ୍ୟ ଇମ୍ରାନଙ୍କୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି। ବିରୋଧୀ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନଙ୍କ ପାର୍ଟି ଦ୍ୱାରା ପ୍ରସ୍ତୁତ ପୋଷ୍ଟରରେ ବ୍ୟବହୃତ ଫଟୋ ସବୁ ଭାରତୀୟମାନଙ୍କର ଏବଂ ଏହି ଫଟୋଗୁଡ଼ିକ ଭାରତର ଏକ ୱେବସାଇଟରୁ ଚୋରି ହୋଇଛି। ଅଗଷ୍ଟ ୧୮, ୨୦୧୮ ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ତିନି ବର୍ଷ କ୍ଷମତାରେ ରହିବା ପରେ ତାଙ୍କ ସଫଳତାକୁ ଦଳ ବିଭିନ୍ନ ପୋଷ୍ଟର ମାଧ୍ୟମରେ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇଛି |

ତେବେ ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ (ପିଏମଏଲ-ଏନ) ର ନେତ୍ରୀ ତଥା ସାଂସଦ ମନ୍ତ୍ରୀ ମରିୟମ ଆଉରଙ୍ଗଜେବ ଟୁଇଟ୍ କରି କହିଛନ୍ତି ଯେ ପିଟିଆଇ ଦ୍ୱାରା ଲଗାଯାଇଥିବା ପୋଷ୍ଟର, ବ୍ୟାନରରେ ଭାରତର ଲୋକଙ୍କର ଫଟୋ ବ୍ୟବହାର ହୋଇଛି | କେବଳ ଏତିକି ନୁହେଁ, ମରିୟମ ୱେବସାଇଟ୍ (imagesbazaar.com) ର ନାମ ମଧ୍ୟ ପ୍ରକାଶ କରିଛନ୍ତି ଯେଉଁଠାରୁ ଚିତ୍ର ଚୋରି ହୋଇଛି |

ସମ୍ବନ୍ଧିତ ଖବର