ନୂଆଦିଲ୍ଲୀ : ଦେଶରେ ଇ-କମର୍ସ ସାଇଟ୍ ଗୁଡ଼ିକର ଲୋକପ୍ରିୟତା ବଢିଚାଲିବା ସହ ଲୋକମାନେ ଅଧିକରୁ ଅଧିକ ସାମଗ୍ରୀ ଅନଲାଇନରେ କିଣିବାକୁ ପସନ୍ଦ କରୁଛନ୍ତି । ତେବେ କେତେକ ସମୟରେ ଲୋକମାନେ ଠକାମିର ସମ୍ମୁଖୀନ ହେଉଥିବା ଅଭିଯୋଗ ମଧ୍ୟ ଆସୁଛି । ଅର୍ଥାତ ଲୋକମାନେ ଯେଉଁ ପ୍ରକାର ଓ କ୍ବାଲିଟିର ସାମଗ୍ରୀ ମଗାଇଥିଲେ ତାହା ନ ପହଞ୍ଚି ଏକ ଭିନ୍ନ ସାମଗ୍ରୀ ଓ ଖରାପ କ୍ବାଲିଟିର ସାମଗ୍ରୀ ପହଞ୍ଚୁଛି । ତେବେ ଜଣ ଗ୍ରାହକଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଲେ କିଏ ଦାୟୀ ରହିବେ ?

Advertisment

ଦେଶର ଇ-କର୍ମସ ଶିଳ୍ପ ସଂପର୍କରେ ଅନୁଧ୍ୟାନ କରୁଥିବା ଏକ ସଂସଦୀୟ ସ୍ଥାୟୀ କମିଟି କହିଛି ଯେ ଏପରି କ୍ଷେତ୍ରରେ ସଂପୃକ୍ତ ଇ-କମର୍ସ କମ୍ପାନି ହିଁ ଦାୟୀ ରହିବେ ।

ଗତ ବର୍ଷ ସରକାର ଆଣିଥିବା ଇ-କମର୍ସ ନୀତିରେ କୁହାଯାଇଥିଲା ଯେ ଗ୍ରାହକମାନଙ୍କ ନିକଟକୁ ଖରାପ ସାମଗ୍ରୀ ପହଞ୍ଚିଲେ ସେଥିପାଇଁ ଇ-କମର୍ସ କମ୍ପାନି ଦାୟୀ ରହିବା ଉଚିତ ।

କିନ୍ତୁ ଇ-କର୍ମସ କମ୍ପାନି (ଫ୍ଲିପକାର୍ଟ, ଆମାଜନ ଆଦି ) ମାନେ କହୁଛନ୍ତି ଯେ ଏଥିପାଇଁ ସେମାନେ ଦାୟୀ ନୁହନ୍ତି, କାରଣ ସେମାନେ କେବ​ଳ ଏକ ମଧ୍ୟସ୍ଥି ବା ଇଣ୍ଟରମିଡିଏଟ୍ ଓ ସିଧାସଳଖ ସାମଗ୍ରୀ ବିକ୍ରି କରନ୍ତି ନାହିଁ । ସେମାନେ କେବଳ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ସଂପର୍କ ସ୍ଥାପନ କରନ୍ତି ।

କିନ୍ତୁ ଏହାର ତର୍ଜମା କରି ସଂସଦୀୟ କମିଟି କହିଛି ଯେ ଏଥିପାଇଁ ଇ-କମର୍ସ କମ୍ପାନିଙ୍କ ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ ହେବା ଉଚିତ ।