ଜାଲ କାଗଜପତ୍ର ଦେଇ ଦେଢ ବର୍ଷ ହେଲା ଟ୍ରେନ୍‌ ଚଳାଉଥିଲେ ଯୁବକ, ସତ ସାମ୍ନାକୁ ଆସିବା ପରେ କରାଗଲା ବରଖାସ୍ତ

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଘଟଣା ଘଟିଛି । ଯେଉଁଠି ଲୋକମାନେ ଜାଲ କାଗଜପତ୍ର ଦେଇ ଚାକିରି କରିଥିବା ଖବର ସାମ୍ନାକୁ ଆସିଛି । ଏବେ ପୁଣି ସେଭଳି ଏକ ଘଟଣା ଘଟିଛି ଧାନବାଦ୍‌ରେ । ଧାନ୍‌ବାଦ୍‌ ରେଳ ମଣ୍ଡଳରେ କାର୍ଯ୍ୟରତ ଥିବା ଜଣେ ସହାୟକ ଲୋକୋ ପାଇଲଟ୍‌ ଦେଢ଼ ବର୍ଷ ହେବ ଜାଲ କାଗଜପତ୍ର ନେଇ ଚାକିରି କରି ଆସୁଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ସବୁ ସତ ସାମ୍ନାକୁ ଆସିବା ପରେ ଲୋକୋପାଇଲଟ୍‌ ମନୁ ମହାରାଜଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି ।

kalingatv.com

ସୂଚନା ମୁତାବକ, ମୁଜାଫରପୁରରେ ମନୁ ସହାୟକ ରେଳ ଚାଳକ ଭର୍ତ୍ତି ପରୀକ୍ଷା ଦେଇ ସହାୟକ ଚାଳକ ଭାବେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଧାନ୍‌ବାଦ୍‌ ରେଳ ବୋର୍ଡ଼ ଅଧିନରେ କାମ କଲେ । ଏହି ପରି ଭାବରେ ଦେଢ଼ ବର୍ଷ ଚାଲିଗଲା । କିନ୍ତୁ ଦେଢ଼ ବର୍ଷ ପରେ ଭିଜିଲାନ୍ସକୁ ଏକ ଅଭିଯୋଗ ମିଳିଥିଲା । ଯେଉଁଥିରେ ମନୁ ଆର୍‌ଆର୍‌ବି ପରୀକ୍ଷା ଦେଇ ନ ଥିବା ଅଭିଯୋଗ କରାଯାଇଥିଲା । ଯାହା ପରେ କଡ଼ା ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ପରେ ମନୁ ବିନା ପରୀକ୍ଷାରେ ଚାକିରି ପାଇଥିବା ସାମ୍ନାକୁ ଆସିଥିଲା । ସବୁ ସତ ସାମ୍ନାକୁ ଆସିବା ପରେ ମନୁଙ୍କୁ ଏବେ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର