ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରାକ୍ରମୀ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ନାମରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟରରେ ଏକ ନକଲି ଆକାଉଣ୍ଟ ଖୋଲାଯିବା ଘଟଣା ଏବେ ଉଭୟ କେନ୍ଦ୍ର ସରକାର ଓ ପ୍ରତିରକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

publive-image

ଉଲ୍ଲେଖଯୋଗ୍ୟ, ଭାରତୀୟ ଆକାଶ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନର ଏକ ଏଫ୍‌-୧୬ ଲଢ଼ୁଆ ବିମାନକୁ ଆକ୍ରମଣ କରି ଖସାଇ ଦେବାପରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ମିଗ୍‌- ୨୧ ବିମାନ ଉପରେ ପାକିସ୍ତାନ ବାୟୁସେନା ଆକ୍ରମଣ କରିଥିଲା। ଫଳରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପାରାଚ୍ୟୁଟ୍‌ ସାହାଯ୍ୟରେ ତଳକୁ ଡ଼େଇଁ ପଡ଼ିଥିଲେ। ତେବେ, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ସେ ଯାଇ ଓହ୍ଲାଇଥିଲେ ପାକ୍‌ ଅଧିକୃତ କଶ୍ମୀର ମଧ୍ୟରେ ଏବଂ ତାଙ୍କୁ ପାକ୍‌ ସେନା ବନ୍ଦୀ କରି ନେଇଥିଲା। ହେଲେ, ପ୍ରବଳ ଅର୍ନ୍ତଜାତିକ ଚାପ ଆଗରେ ମୁଣ୍ଡ ନୁଆଇଁ ପାକିସ୍ତାନ ତାଙ୍କୁ ଗତ ଶୁକ୍ରବାର ମୁକ୍ତ କରିବା ସହ ଭାରତ ହାତରେ ସମର୍ପି ଦେଇଥିଲା। ଭାରତକୁ ଫେରିବା ପରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ କହିଥିଲେ ଯେ ଯଦିଓ ପାକିସ୍ତାନରେ ତାଙ୍କୁ ଶାରିରୀକ ନିର୍ଯାତନା ଦିଆଯାଇ ନାହିଁ ପ୍ରବଳ ମାତ୍ରାରେ ମାନସିକ ନିିର୍ଯାତନା ଦିଆଯାଇଛି।

publive-image

ତେବେ, ଗତ ଫେବ୍ରୁଆରି ମାସରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ନାମରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟରରେ ଏକ ଆକାଉଣ୍ଟ ଖୋଲା ଯାଇଥିବା ଘଟଣା ଏବେ ଦେଖିବାକୁ ମିଲିଛି। ଏଥିରେ ଫଲୋଅର୍ସ ସଂଖ୍ୟା ୨୦୦୦ ରହିଛି ଏବଂ ଇଂରାଜୀ ଓ ତାମିିଲରେ ଏଥିରେ ପ୍ରାୟ ୨୦୦୦ରୁ ଅଧିକ ପୋଷ୍ଟ ହୋଇଛି। ଖାଲି ଏତିକି ନୁହେଁ ଏହି ଟୁଇଟର ଆକାଉଣ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅଭିନନ୍ଦନଙ୍କ କେତେକ ପାରିବାରିକ ଫଟୋ ମଧ୍ୟ କୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତେବେ, ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ନାମରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟରରେ ଏହି ଆକାଉଣ୍ଟ ନକଲି ଥିବା ଜାଣିବାକୁ ମିଳିବା ପରେ ପ୍ରତିରକ୍ଷା ବିଭାଗ ପକ୍ଷରୁୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ, ଏହି ନକଲି ଟୁଇଟର ଆକାଉଣ୍ଟ ଖୋଲିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି।