ଭାରତୀୟ ସେନା ଏଲ୍‌ଓସି‌ରେ ଧଳା ପତାକା ଉଡ଼ାଇନି, ପୁରୁଣା ଭିଡିଓକୁ ବ୍ୟବହାର କରିଛି ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଘଫୁରଙ୍କ ଦାବି ମୁତାବକ ଭାରତୀୟ ସେନା ଏଲ୍‌ଓସିରେ ଧଳା ପତାକା ଉଡ଼ାଇ ନାହିଁ। ଭାରତ ଏହାର ଯବାନଙ୍କ ମୃତଦେହ ଆଣିବାପାଇଁ ଏଲ୍‌ଓସି ନିକଟରେ ଧଳା ପତାକା ପ୍ରଦର୍ଶନ କରିଥିବା ନେଇ ‌ଯେଉଁ ଭିଡିଓ ଜାରି ହୋଇଛି ତାହା ନକଲି।

ଏହି ଭିଡିଓଟି ସେପ୍ଟେମ୍ବର ମାସର। ସେପ୍ଟେମ୍ବର ୧୩ ତାରିଖରେ ପିଓକେର ହାଜିପୁର ସେକ୍ଟର ନିକଟରେ ପାକ୍‌ ସେନା ଧଳା ପତାକା ଉଡ଼ାଇ ଥିଲା। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଥିବା ପାକିସ୍ତାନୀ ସୈନିକଙ୍କ ମର ଶରୀର ନେବାପାଇଁ ପାକିସ୍ତାନ ଆତ୍ମସମର୍ପଣ ପୂର୍ବକ ଏହି ଧଳା ପତାକା ଉଡ଼ାଇଥିଲା। କିନ୍ତୁ ପାକିସ୍ତାନ ଏହି ଭିଡିଓକୁ ଏବେ ବ୍ୟବହାର କରି କହୁଛି ‌ଯେ, ଭାରତ ଏହାର ଯବାନଙ୍କ ମର ଶରୀର ନେବାପାଇଁ ଏଲ୍‌ଓସିରେ ଧଳା ପତାକା ଉଡ଼ାଇଛି। ଜାହିଦ ସିଦ୍ଦିକ୍‌ ନାମକ ଜଣେ ପାକିସ୍ତାନୀ ନାଗରିକଙ୍କ ଦ୍ବାରା ଏକ ଭିଡିଓ ଟ୍ବିଟ୍‌ କରି କୁହାଯାଇଛି ଯେ, ଭାରତୀୟ ସେନା ଏହାର ଯବାନଙ୍କ ମର ଶରୀର ନେବାପାଇଁ ଆତ୍ମସମର୍ପଣ ପୂର୍ବକ ଏଲ୍‌ଓସିରେ ଧଳା ପତାକା ଉଡ଼ାଇଥିଲା। ଅକ୍ଟୋବର ୨୦ରେ କରାଯାଇଥିବା ଏହି ଟ୍ବିଟ୍‌କୁ ୧୨,୦୦ରୁ ଅଧିକ ଥର ରିଟ୍ବିଟ୍‌ ଏବଂ ୨,୭୦୦ରୁ ଅଧିକ ଧର ଲାଇକ୍‌ କରାଯାଇଛି।

ସମ୍ବନ୍ଧିତ ଖବର