ଜାଲ୍‌ ଭୋଟର ତାଲିକା ମାମଲା: କମଳ ନାଥ ଓ ସଚିନ ପାଇଲଟ୍‌ଙ୍କ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କରାଯାଇଥିବା ଭୋଟର ତାଲିକାରେ ମିଥ୍ୟା ବା ନକଲି ପରିଚୟ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା କମଳ ନାଥ ଏବଂ ସଚିନ ପାଇଲଟ୍‌ ଫାଇଲ୍‌ କରିଥିବା ପିଟିସନ୍‌କୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି।

ବିଚାରପତି ଏ କେ ଶିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଡ୍ରାଫ୍‌ଟ୍‌ ଭୋଟର୍‌ ତାଲିକାକୁ ଟେକ୍ସଟ୍‌ ଫର୍ମାରେ ଦେବା ପାଇଁ ନିର୍ବାଚନ କମିସନ୍‌ଙ୍କୁ ନିର୍ଦେଶ ଦେବାକୁ କୁହାଯାଇ ଥିବା ଦୁଇଟି ଭିନ୍ନ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି।

ଦୁଇ କଂଗ୍ରେସ ନେତା ଦୁଇ ରାଜ୍ୟର ଭିଭିପିଏଟି ମେସିନ୍‌ର ରାଣ୍ଡମ୍‌ ଭେରିଫିକେସନ୍‌ ପାଇଁ ଆବେଦନ କରିଥିଲେ।

ସେମାନଙ୍କ ଅଭିଯୋଗ ଥିଲା ଯେ ସର୍ବେକ୍ଷଣ ଅନୁସାରେ ମଧ୍ୟପ୍ରଦେଶରେ ୬୦ ଲକ୍ଷ ନୂଆ ଭୋଟର୍‌ଙ୍କୁ ତାଲିକାଭୁକ୍ତ କରାଯାଇଥିବା ବେଳେ ରାଜସ୍ଥାନରେ ୪୧ ଲକ୍ଷରୁ ଅଧିକ ନକଲି ଭୋଟର ଅଛନ୍ତି।

ଆସନ୍ତା ନଭେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶ ଏବଂ ଡିସେମ୍ବର ୭ ତାରିଖରେ ରାଜସ୍ଥାନରେ ଭୋଟ୍‌ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର