ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଘୋଷଣା କରିନାହାନ୍ତି, କିନ୍ତୁ ଶାସକ ଆମ୍ ଆଦମୀ ପାର୍ଟିଠାରୁ ଆରମ୍ଭ କରି ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଦଳଙ୍କ ମଧ୍ୟରେ ଏବେଠାରୁ ବଳ କଷାକଷି ଆରମ୍ଭ ହୋଇଯାଇଛି । ତେବେ ଚର୍ଚ୍ଚାର ବିଷୟ ହୋଇଛି ଭୋଟର ତାଲିକାରେ ଥିବା ଶହ ଶହ ଜାଲ ଭୋଟରଙ୍କୁ ନେଇ । ଏଥିପାଇଁ ବିଜେପି ପକ୍ଷରୁ ଆପକୁ ଟାର୍ଗେଟ କରାଯାଇଛି ।
ଆମ୍ ଆଦମୀ ପାର୍ଟି ଦିଲ୍ଲୀର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ନକଲି ଭୋଟରଙ୍କ ନାମ ଯୋଡ଼ି ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ କରି ବିଜେପି ଆପକୁ ଟାର୍ଗେଟ କରିଛି । ଏନେଇ ବିଜେପି ପକ୍ଷରୁ ଦିଲ୍ଲୀ ପୁଲିସ ଓ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଦିଲ୍ଲୀର ମୋତି ନଗର ବିଧାନସଭାର କରମପୁରା ଡିଭିଜନରେ ଘର ନଥିବା ସ୍ଥାନରେ ୨୬ ଜଣଙ୍କ ନାମ ଭୋଟର ତାଲିକାରେ ଯୋଡାଯାଇଛି ବୋଲି ବିଜେପି ଦାବି କରିଛି।
ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ତଦନ୍ତରୁ ଏହି ଅଭିଯୋଗ ସତ ବୋଲି ଜଣାପଡ଼ିଛି । ଦିଲ୍ଲୀର କର୍ମପୁରାର ଇଏସଆଇସି କଲୋନୀ ନିକଟରେ ଥିବା ଖାଲି ପଡ଼ିଥିବା ଜମିରେ, ଯାହାର ପ୍ଲଟ୍ ସଂଖ୍ୟା ଟି- ୮୨, ଏହି ଠିକଣାରେ ୨୬ ଜଣଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛି। ସେହିପରି ପ୍ଲଟ ନମ୍ବର ଟି-୮୫ରେ ୭ ଜଣ ଭୋଟରଙ୍କ ନାମ ପଞ୍ଜୀକୃତ ହୋଇଛି। ଟି-୭୧ ର ଠିକଣାରେ ୭ଟି ଭୋଟର ପରିଚୟପତ୍ର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/30/u8Z5V3DhDVhPsfr3rg3g.jpeg)