ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ମନ୍ଦିରର ପୂଜକଙ୍କ କାରନାମା ଏବେ ସାମ୍ନାକୁ ଆସିଛି। ମନ୍ଦିର ନାମରେ ୮ଟି ନକଲି ୱେବସାଇଟ୍ ଖୋଲି ଭକ୍ତଙ୍କ ଠାରୁ ପ୍ରାୟ ୨୦ କୋଟି ଟଙ୍କା ଆଦାୟ କରାଯାଇଛି। ଆଉ ସେହି ଅର୍ଥକୁ ସେମାନେ ଆତ୍ମସାତ୍ କରିଛନ୍ତି। ନିକଟରେ ହୋଇଥିବା ଅଡିଟ୍ ବୈଠକରେ ଏହା ଧରାପଡ଼ିଛି। ଉତ୍ତର କର୍ଣ୍ଣାଟକର ଗଙ୍ଗାପୁର ନଦୀକୂଳରେ ଆଫଜଲପୁର ବ୍ଲକରେ ଦେବଲାଙ୍ଗନପୁର ମନ୍ଦିର ଅବସ୍ଥିତ। ମନ୍ଦିରର ଅଧିଷ୍ଠାତା ଦେବତା ହେଉଛନ୍ତି ଶ୍ରୀଦତ୍ତାତ୍ରେୟ। ଅଭିଯୋଗ ହେବାପରେ କର୍ଣ୍ଣାଟକର କାଲାବୁରାଗି ଜିଲ୍ଲା ପୁଲିସ ଦେବଲାଗାନାଗପୁର ମନ୍ଦିରର କେତେଜଣ ପୂଜକଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କୁ ଚିହ୍ନଟ ଲାଗି ପ୍ରୟାସ ଚଳାଇଛି। ଶ୍ରୀ ଦତ୍ତାତ୍ରେୟଙ୍କୁ ଉତ୍ସର୍ଗୀକୃତ ଏହି ମନ୍ଦିର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଟେ। ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନଙ୍କୁ ଏହି ମନ୍ଦିର ଆକର୍ଷିତ କରିଥାଏ। ଅଭିଯୋଗ ଅନୁଯାୟୀ, ପୂଜକମାନେ ଏକାଧିକ ନକଲି ୱେବସାଇଟ୍ ଖୋଲିଥିଲେ। ଏହି ନକଲି ୱେବସାଇଟଗୁଡ଼ିକ ଦତ୍ତାତ୍ରେୟ ଦେବାଳୟ, ଗଣାଗପୁର ଦତ୍ତାତ୍ରେୟ ମନ୍ଦିର, ଶ୍ରୀ କ୍ଷେତ୍ର ଦତ୍ତାତ୍ରେୟ ମନ୍ଦିର ସମେତ ଆଉ କେତୋଟି ନାମରେ ଥିଲା। ୪ ବର୍ଷ ଧରି ପୂଜକମାନେ ଏଭଳି କାରନାମା ଚଳାଇଥିଲେ। ବିଭିନ୍ନ ପ୍ରକାର ପୂଜା ଓ ନୀତି ସଂପାଦନ ପାଇଁ ସେମାନେ ଭକ୍ତଙ୍କ ଠାରୁ ୧୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ।
ମନ୍ଦିର ନାମରେ ନକଲି ୱେବସାଇଟ୍, ପୂଜକଙ୍କ ଦ୍ବାରା ୨୦ କୋଟି ଆତ୍ମସାତ
/sambad/media/post_attachments/wp-content/uploads/2022/06/d454da4g65da465dg6gdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)