ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବିରଳ ବାହାଦୂରୀକୁ ସ୍ମରଣୀୟ କରି ରଖିବାକୁ ତାଙ୍କ ୟୁନିଟ୍‌ ପାଇଁ ନୂତନ ବ୍ୟାଚ୍‌ର ପ୍ରବର୍ତ୍ତନ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍‌-୨୧ ବିସନ ସ୍କାର୍ଡନ୍‌ ନଂ୫୧ ଏବେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବାହାଦୂରୀକୁ ସ୍ମରଣୀୟ କରି ରଖିବା ପାଇଁ ଏକ ନୂତନ ବ୍ୟାଚ୍‌ର ପ୍ରବର୍ତ୍ତନ କରିଛି ବର୍ତମାନଙ୍କ ୟୁନିଟ୍।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ମାଟିରେ କରା ଯାଇଥିବା ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଗତ ଫେବ୍ରୁଆରି ୨୭ ତାରିଖରେ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଏକାଧିକ ଲଢ଼ୁଆ ବିମାନ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲା। ଭାରତୀୟ ଆକାଶ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନର ଏହି ଲଢ଼ୁଆ ବିମାନ ମଧ୍ୟରେ ଆମେରିକା ନିର୍ମିତ୍‌ ଅତ୍ୟାଧୁନିକ ଏଫ୍‌-୧୬ ମଧ୍ୟ ଥିଲା। ତେବେ, ସେ ସମୟରେ ଭାରତୀୟ ବାୟୁସେନାର ଶ୍ରୀନଗର ଏୟାର ବେସ୍‌ରେ ମୁତୟନ ଥିବା ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ ତାଙ୍କର ଅର୍ଦ୍ଧ ଶତାବ୍ଦୀର ପୁରାତନ ମିଗ୍‌-୨୧ ବିସନ୍‌ ଲଢ଼ୁଆ ବିମାନକୁ ଧରି ଆକାଶକୁ ଉଠିବା ସହ ପାକିସ୍ତାନର ଏଫ୍-୧୬ ଲଢ଼ୁଆ ବିମାନ ସହ ଆକାଶରେ ‘ଡଗ୍‌ ଫାଇଟ୍‌’ କରିବା ସହ ନିଜ ମିଗ୍‌-୨୧ ବିସନ୍‌ରୁ କ୍ଷେପଣାସ୍ତ୍ର ମାଡ଼ କରି ପାକିସ୍ତାନର ଏଫ୍‌-୧୬କୁ ତଳକୁ ଖସାଇ ପକାଇଥିଲେ। ସେତେବେଳେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଏହି ବିରଳ ବାହାଦୂରୀକୁ ନେଇ ବିଶ୍ୱ ବ୍ୟାପି ଚର୍ଚ୍ଚା ହୋଇଥିଲା।

ଏବେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଏହି ବିରଳ ବାହାଦୂରୀକୁ ସ୍ମରଣୀୟ କରି ରଖିବା ପାଇଁ ଏହି ନୂତନ ବ୍ୟାଚ୍‌ର ପ୍ରବର୍ତ୍ତନ କରାଯାଇଛି।

ସମ୍ବନ୍ଧିତ ଖବର