ପ୍ରେମରେ ଅନ୍ଧ ହୋଇ ଚାକରକୁ ବାହାହେଲେ ଯୁବତୀ

ନୂଆଦିଲ୍ଲୀ: ପ୍ରେମ ସଂସାରର ସବୁଠାରୁ ଭଲ ଅନୁଭବ । ପ୍ରେମ ବୁଝେନା ଧନୀ-ଗରିବ, ଯାହାର ପ୍ରମାଣ ଅନେକ ରହିଛି। ପ୍ରେମରେ ଅନ୍ଧ ହୋଇ ଜଣେ ୨୦ ବର୍ଷର ଯୁବତୀ ତାଙ୍କ ଚାକରକୁ ବାହା ହୋଇ ଯୁବପିଢ଼ିଙ୍କୁ ଏକ ସାସ୍ବତ ପ୍ରେମର ବାର୍ତ୍ତା ଦେଇଛନ୍ତି ୟୁ ଟ୍ୟୁବ ଭିଡିଓ ମାଧ୍ୟମରେ। ଘଟଣାଟି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଘଟିଛି।

ଯୁବତୀ ଜଣଙ୍କର ନାମ ହେଉଛି ମୁସ୍କାନ। ଭିଡିଓ ମାଧ୍ୟମରେ ସେ କହିଛନ୍ତି ଯେ, ସେ ନିଜ ଘରର ପଶୁମାନଙ୍କର ଯତ୍ନ ନେବା ପାଇଁ ଜଣେ ଚାକରକୁ ନିଯୁକ୍ତ କରିଥିଲେ । ସମ୍ପୃ୍କ୍ତ ଯୁବତୀ ଜଣକ ଚାକରଙ୍କ ସଚ୍ଚୋଟତା ଦେଖି ତାକୁ ଭଲପାଇ ବସିଲେ ଏବଂ ପରେ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଯେତେବେଳେ ମୁସ୍କାନ, ଅମିରଙ୍କୁ ବାହାଘର ପାଇଁ ପ୍ରସ୍ତବ ଦେଇଥିଲେ ସେତେବେଳେ ଅମିର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁସ୍କାନ୍ ତାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଅମିର ତାଙ୍କ ପରିବାର ଲୋକଙ୍କ ପରାମର୍ଶ କରି ବିବାହ ପାଇଁ ରାଜି ହୋଇଥିଲେ । ଚାରକକୁ ବିବାହ ପାଇଁ ମୁସ୍କାନଙ୍କ ମାଆ ମଧ୍ୟ ମନା କରି ନଥିଲେ । ବିବାହ ପରେ ଅମିରଙ୍କ କାମ ପାଇଁ ଆଉ ତିନି ଜଣ ଲୋକଙ୍କୁ ମୁସ୍କାନ ରଖି କହିଛନ୍ତି । ଅମିରଙ୍କୁ ବିବାହ କରି ସେ ସବୁକିଛି ପାଇଛନ୍ତି ବୋଲି ମୁସ୍କାନ କହିଛନ୍ତି ।

ଏକ ଭିଡିଓ ମାଧ୍ୟମରେ ମୁସ୍କାନ କହିଛନ୍ତି ଯେ, ଛୋଟ କି ବଡ, ଧନୀ ଏବଂ ଗରିବ ପ୍ରେମରେ ଦେଖାଯାଏ ନାହିଁ । ଏହି ପରିପ୍ରେକ୍ଷୀରେ ଅମୀର ତାଙ୍କ ପତ୍ନୀ ମୁସ୍କାନଙ୍କ ପାଇଁ ଏକ ଗୀତ ମଧ୍ୟ ଗାଇଛନ୍ତି – ତେରେ ଇସ୍କ ମେଁ ପାଗଲ ହୋ ଗୟା, ଦିୱାନା ତେରେ … ଯେଉଁଠାରେ, ମୁସ୍କାନ ମଧ୍ୟ ଏକ କବିତା ମାଧ୍ୟମରେ ପ୍ରେମ ବ୍ୟକ୍ତ କରିଛନ୍ତି – ଚାନ୍ଦନୀ ଚନ୍ଦ୍ରର, ତାରାର ନୁହେଁ, ପ୍ରେମ ଜଣକଙ୍କୁ ହୁଏ ହଜାରେଙ୍କୁ ନୁହେଁ ।

ସମ୍ବନ୍ଧିତ ଖବର