ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରୁ ଆସିଲା ବଡ଼ ଖବର । ପାହାଡରୁ ପଥର ଖସିବା ପରେ ଚାଲିଗଲା ତୀର୍ଥଯାତ୍ରୀଙ୍କ ଜୀବନ । କେଦାରନାଥ ଯାତ୍ରା ବେଳେ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟି ଠାରେ କେଦାରନାଥ ଯାଉଥିବା କିଛି ତୀର୍ଥଯାତ୍ରୀଙ୍କ ଉପରେ ପାହାଡରୁ ପଥର ଖସିଛି । ଯାହା ପରେ ତୀର୍ଥଯାତ୍ରୀମାନେ ପାହାଡ଼ ତଳକୁ ଖସି ପଡିଛନ୍ତି । ଘଟଣାସ୍ଥଳରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି ।
#WATCH | Uttarakhand | Two people dead, three injured due to the falling of stones from the top of a hill near Junglechatti ghat on the trek route to Kedarnath Dham, says Rudraprayag Police.
— ANI (@ANI) June 18, 2025
On information about the incident, Police and DDRF personnel immediately reached the… pic.twitter.com/61rEl1QM7Z
ସେପଟେ ଦୁର୍ଘଟଣାର ସୂଚନା ମିଳିବା ଘଟଣାସ୍ଥଳକୁ ଡିଡିଆରଏଫ ଟିମକୁ ପଠାଯାଇଛି । ଆଜି ଦିନ ୧୨ ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସଙ୍ଗେସଙ୍ଗେ ଉଦ୍ଧାର କାମ ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଟିମ୍ ୨ ତୀର୍ଥଯାତ୍ରୀଙ୍କ ମୃତଦେହ ଏବଂ ଜଣେ ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି ।