ମିଥ୍ୟା ଏନ୍‌କାଉଣ୍ଟର:ୟୁପି ସରକାରଙ୍କୁ ଜବାବ ତଲବ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ମିଥ୍ୟା ଏନ୍‌କାଉଣ୍ଟର ବଢ଼ି ଚାଲିଛି। ଏହି ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ଏକ ଜନସ୍ୱାର୍ଥ ମାମଲା ଶୁଣାଣି କରି ସୁପ୍ରିମକୋର୍ଟ ଆଜି ୟୁପି ସରକାରଙ୍କ ଜବାବ ଲୋଡ଼ିଛନ୍ତି। ୟୁପିର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ୟୁନିଅନ ଫର୍‌ ସିଭିଲ୍‌ ଲିବର୍ଟି’ ପକ୍ଷରୁ ଏହି ମିଥ୍ୟା ଏନ୍‌କାଉଣ୍ଟର ମାମଲରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଆବେଦନ ହୋଇଥିଲା। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନଓ୍ଵିଲକର ଏବଂ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଏହି ମାମଲାରେ ୟୁପି ସରକାରଙ୍କୁ ଜବାବ ମାଗିଛନ୍ତି।

ସମ୍ବନ୍ଧିତ ଖବର