ନୂଆଦିଲ୍ଲୀ: ଗତ କେତେ ବର୍ଷ ହେବ ପଶ୍ଚିମବଙ୍ଗରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ସମୟରେ ହିଂସାକାଣ୍ଡ ଯୋଗୁଁ ନିହତ ବିଜେପି କର୍ମୀଙ୍କ ପରିବାରବର୍ଗଙ୍କୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।

Advertisment

୨୦୧୮ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଏବଂ ଏ ବର୍ଷ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ସଙ୍ଗଠିତ ହୋଇଥିଲା।

ବିଜେପି କର୍ମୀ ମନୁ ହାସ୍‌ଦାଙ୍କ ପୁତ୍ର କହନ୍ତି: ଟିଏମ୍‌ସି ଗୁଣ୍ଡାମାନେ ମୋ ବାପାଙ୍କୁ ମାରି ଦେଇଥିଲେ। ଦିଲ୍ଲୀ ଯାଉଥିବାରୁ ଆମେ ଖୁସି। ଏବେ ଆମ ଅଞ୍ଚଳର ଶାନ୍ତ।

ସନ୍ଧ୍ୟା ୭ଟାରୁ ୮: ୩୦ ଯାଏଁ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଅନ୍ୟ ରାଜ୍ୟ ମୁଖ୍ୟଙ୍କ ସମେତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି କି, ସେ ଶପଥ ଗ୍ରହଣ ଉତ୍ସବକୁ ଯିବେ।

ବାନାର୍ଜୀ କହିଛନ୍ତି: ମୁଁ କାର୍ଯ୍ୟକ୍ରମରେ ଯୋଗ ଦେବି। ସାମ୍ବିଧାନିକ ସୌଜନ୍ୟ ସକାଶ କେତେକ ଉତ୍ସବୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହୁଏ। ହେଲେ ମଝିରେ ମାତ୍ର ଦିନଟିଏ ରହୁଛି। ମୁଁ ଯୋଗ ଦେବାକୁ ଚେଷ୍ଟା କରିବି।