ସ୍ୱାମୀକୁ ଛାଡ଼ପତ୍ର ଏବଂ ଭରଣ-ପୋଷଣ ଦେବା ପାଇଁ ଅଦାଲତରେ ଆବେଦନ କରି ଦ୍ୱିତୀୟ ବିବାହ କରିନେଲେ ମହିଳା, ସବୁ ପ୍ରମାଣ ଏକାଠି କରି ସ୍ତ୍ରୀର ଅସଲ ମୁଖା ଖୋଲିଲା ସ୍ୱାମୀ

ଇନ୍ଦୋର : ବିବାହ ପରେ ଅଶାନ୍ତି ଲାଗି ରହୁଛି ବୋଲି କହି ଅଦାଲତରେ ଛାଡ଼ପତ୍ର ଆବେଦନ କଲା ସ୍ତ୍ରୀ । ଏହା ସହ ନିଜକୁ ବେକାର ବୋଲି କହି ସ୍ୱାମୀକୁ ଭରଣ ପୋଷଣ ମଧ୍ୟ ଦେବା ପାଇଁ ସ୍ତ୍ରୀ ଅଦାଲତରେ ଆବେଦନ କରିଥିଲା ।  ଅଦାଲତ ଏ ନେଇ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ ମହିଳା ଜଣଙ୍କ ଅଦାଲତର ବିନା ଅନୁମତିରେ ଦ୍ୱିତୀୟ ବିବାହ କରିବା ସହ ଏକ ସ୍କୁଲରେ ଚାକିରି କରିବା ଆରମ୍ଭ କରିଥିଲେ । ପରେ ଏ ବିଷୟରେ ଜଣାପଡ଼ିବା ପରେ ସବୁ ପ୍ରମାଣକୁ ଏକାଠି ଅଦାଲତରେ ଦେଇଥିଲେ ସ୍ୱାମୀ ।

Live Law

ଅଦାଲତକୁ ଏ ବିଷୟରେ ଜଣା ପଡ଼ିବା ପରେ ଭରଣ ପୋଷଣ ପାଇଁ କରିଥିବା ଆବେଦନକୁ ଖାରଜ କରିଥିଲେ ବିଚାରପତି ରେଣୁକା କଞ୍ଚନ । ସ୍ୱାମୀଠାରୁ ଅଲଗା ରହି ଦ୍ୱିତୀୟ ବିବାହ କରିଥିବା ମହିଳାଙ୍କୁ ଭରଣ ପୋଷଣ ଦିଆଯିବ ନାହିଁ ବୋଲି ରେଣୁକା କଞ୍ଚନ କହିଥିଲେ । ସୂଚନା ମୁତାବକ, ୨୦୦୭ରେ ଇନ୍ଦୋରରେ ରହୁଥିବା ଅଶୋକ ବାଜପାୟୀ ବିବାହ କରିଥିବା ବେଳେ୨୦୧୪ରେ ତାଙ୍କ ସ୍ତ୍ରୀ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ । ଏହା ସହ ଭରଣ ପୋଷଣ ପାଇଁ ପ୍ରତିମାସରେ ୨୫ହଜାର ଟଙ୍କା ଦେବା ପାଇଁ ମଧ୍ୟ ଆବେଦନ କରିଥିଲେ ମହିଳା ।

ସମ୍ବନ୍ଧିତ ଖବର