ଦୁର୍ଘଟଣା ପରେ ପୁଅର ମସ୍ତିଷ୍କ ହେଲା ଅକାମୀ; ଶରୀରର ବିଭିନ୍ନ ଅଙ୍ଗକୁ ଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଲେ ବାପାମାଆ

ପୁଣେ: ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ପୁଅର ବାପାମାଆଙ୍କ ହୃଦୟ ବି ଏତେ ବଡ଼ ହୋଇପାରେ ତାହା କଳ୍ପନାର ବାହାର। ନିଜ ପୁଅର ମରଣ ଦିନ ପାଖେଇ ଆସୁଛି ଜାଣିବା ପରେ ପୁଅ ଶରୀରର ଅଙ୍ଗଗୁଡ଼ିକ ଦାନ କରି ଏମାନେ ସାଜିଛନ୍ତି ସମାଜ ପାଇଁ ଉଦାହରଣ।

ଘଟଣାଟି ଏପରି, ୧୯ ବର୍ଷିଅ ଯୁବକ ଜଣକ ମେ ୨୬ ତାରିଖରେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିଲେ। ସଡ଼କ ଦୁର୍ଘଟଣା ଘଟିବାକୁ ଗୁରୁତର ଅବସ୍ଥାରେ ତାଙ୍କୁ ଆଦିତ୍ୟ ବୁର୍ଲା ମେମୋରିଆଲ୍‌ ହସ୍ପିଟାଲ୍‌(ଏବିଏମ୍‌ଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ମସ୍ତିଷ୍କ ଅକାମୀ(ବ୍ରେନ୍‌ ଡେଡ୍‌) ବୋଲି ଘୋଷଣା କରିଥିଲେ। ଏହି ପରିସ୍ଥିତିରେ କାହାକୁ ବଞ୍ଚାଇବା ଅସମ୍ଭବ ହୋଇଥାଏ।

ଜଣେ ଚକ୍ଷୁହୀନ ଝିଅ ଓ ଜଣେ ମସ୍ତିଷ୍କ ଅକାମୀ ପୁଅର ବାପାମାଆ ହେବାର ଦୁଃଖ ତାଙ୍କ ମାନବିକତାକୁ ହରାଇ ପାରିଲା ନାହିଁ। ସେ ଦୁହେଁ ନିଜ ପୁଅ ଶରୀରର ଅଙ୍ଗଗୁଡ଼ିକୁ ଦାନ କରି ଅନ୍ୟର ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲେ।

ଏବିଏମ୍‌ଏଚର ଏକ ଦଳ ତାଙ୍କର ଅଙ୍ଗଦାନ ପକ୍ରିୟା କରାଇଛନ୍ତି। ସେମାନେ ନିଜ ପୁଅର ୨ଟି କିଡ୍‌ନି ଓ ଲିଭର ସ୍ୱଇଚ୍ଛାରେ ଦାନ କରିଛନ୍ତି। ମୃତ୍ୟୁ ସହିତ ଲଢ଼େଇ କରୁଥିବା ୩ ଜଣ ରୋଗୀଙ୍କ ଦେହରେ ଯାଇ ତାଙ୍କ ପୁଅର ଏହି ୩ଟି ଅଙ୍ଗ ଲଗାଯିବ।

ଦୁଇଟି କିଡନି ମଧ୍ୟରେ ଗୋଟିଏ କିଡ୍‌ନି ଏବିଏମ୍‌ଏଚରେ ଚିକିତ୍ସତ ହେଉଥିବା ଜଣେ ରୋଗୀଙ୍କୁ ଦିଆଯାଇଛି। କିଡ୍‌ନି ପ୍ରତିରୋପଣ ତତ୍‌କ୍ଷଣାତ କରାଯାଇଛି। ସେହିପରି ତାଙ୍କର ଅନ୍ୟ କିଡ୍‌ନିକୁ ନାସିକର ଜଣେ ରୋଗୀଙ୍କ ପାଖକୁ ପଠାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୦୭ ମସିହାରେ ଏହି ହସ୍ପିଟାଲ୍‌ର ଏକ କିଡନି ପ୍ରତିରୋପଣ ହୋଇଥିଲା। ୨୦୧୭ ମସିହାରେ ମଧ୍ୟ ଜଣେ ମିଲିଟାରି ଭେଯେରାନଙ୍କ ପତ୍ନୀଙ୍କ ବେନ୍‌ ଡେଡ୍‌ ଘୋଷଣା ପରେ ସମାନ ଘଟଣା ଘଟିଥିଲା। କେବଳ କିଡନ୍‌ କିମ୍ବା ଲିଭର୍‌ ନୁହେଁ , ଏହି ହସ୍ପିଟାଲ୍‌ରେ ପୂର୍ବରୁ ହାର୍ଟ ପ୍ରତିରୋପଣ ବି ହୋଇସାରିଛି।

ସମ୍ବନ୍ଧିତ ଖବର