ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଲୋକେ ସିନେମା କି ଧାରାବାହିକରେ ଦେଖିବାକୁ ପାଇଥାଆନ୍ତି।
ମହୋବା ଜିଲ୍ଲାରେ ୧୯ବର୍ଷୀୟ ଯୁବତୀ ଓ ତାଙ୍କ ପରିବାରଲୋକଙ୍କ ଦାବି କି, ଏକ କଳାନାଗ ତାଙ୍କ ଝିଅଙ୍କୁ ଦୀର୍ଘ ୫ବର୍ଷ ହେବ ୧୧ଥର ଦଂଶନ କରି ସାରିଛି। ଯେଉଁ କାରଣରୁ ତାଙ୍କୁ ଜରୁରୀକାଳିନ ପରିସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁଛି। କିନ୍ତୁ ଭାଗ୍ୟ ଭଲ ଓ ଭଗବାନଙ୍କ ଆର୍ଶୀବାଦ ଥିବାରୁ ତାଙ୍କର ଜୀବନ ବଞ୍ଚିଯାଉଛି।
11 बार लड़की को डस चुका है सांप , 5 साल से कर रहा है पीछा pic.twitter.com/GKFBAaPdqX
— ankita pandey (@ankitapand65778) December 7, 2024
ଏହି ଘଟଣାଟି ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଚରଖାରି ତହସିଲର ପଞ୍ଚମପୁରା ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ପରିବାରଲୋକ ଦାବି କରି କହିଛନ୍ତି, ‘୨୦୧୯ ମସିହାରୁ ଏକ ନାଗସାପ ମୋ ଝିଅକୁ ଗୋଡାଉଛି। ଏହି ଘଟଣା ପ୍ରଥମଥର ସେଦିନ ଘଟିଥିଲା ଯେଉଁଦିନ ମୋ ଝିଅ ରୋଶନି ଜମିରେ କାମ କରୁଥିବା ବେଳେ ହଠାତ ତାର ଗୋଡ ଏକ କଳାନାଗ ସାପ ଉପରେ ପଡ଼ି ଯାଇଥିଲା। ଏହି ସମୟରେ ମୋ ଝିଅକୁ ସାପ ଦଂଶନ କରିଥିଲା। ଚିକିତ୍ସା ପରେ ରୋଶନି ସୁସ୍ଥ ସିନା ହୋଇଗଲା କିନ୍ତୁ ସେହିଦିନ ଠାରୁ ଏଯାବତ କଳାନାଗ ତାକୁ ୧୧ଥର ଦର୍ଶନ କରି ସାରିଲାଣି। ଏମିତି କି ଚିକିତ୍ସା ସମୟରେ ରୋଶନିକୁ ଜିଲ୍ଲା ହସ୍ପିଟାଲରେ ସାପ ଦଂଶନ କରିଥିଲା। ଏହି ଘଟଣାକୁ ନେଇ ପରିବାରଲୋକଙ୍କ ଭୋକଶୋଷ ଉଡ଼ିଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/08/Wun0BHGiGOb2Nb4GkGcr.jpg)