ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ଦାଙ୍ଗିୱାଚି ଉପର ମୁଣ୍ଡରେ ଅଚାନକ ଭୀଷଣ ବର୍ଷା ହେବାରୁ ପାଖ ରଜୌରି ଜିଲ୍ଲାର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଜମ୍ମୁ ଓ କଶ୍ମୀର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଉପରୋକ୍ତ ସୂଚନା ଦେଇଛି।
ପ୍ରାପ୍ତ ସୂଚନା ଅନୁସାରେ, ରଫିଆବାଦରେ ବାସ କରୁଥିବା ବକର୍ୱାଲ୍ ଜନଜାତି ସମ୍ପ୍ରଦାୟର ଗୋଟାଏ ପରିବାର ଭୀଷଣ ବର୍ଷାଜନିତ ପାଣିରେ ଭାସି ଯାଇଛନ୍ତି। ଏଯାବତ୍ ସେମାନଙ୍କ ମଧ୍ୟରୁ ଜଣଙ୍କର ଶବ ଉଦ୍ଧାର କରାଯାଇଛି। ପରିବାରର ବାକି ସଦସ୍ୟଙ୍କ ଶବ ଉଦ୍ଧାର ପାଇଁ ତଲାସ ଅଭିଯାନ ଚାଲିଛି।
Image Courtesy of Mintଘଟଣାଟି ସୁଦୂର ଅଭ୍ୟନ୍ତର ଅଞ୍ଚଳରେ ଘଟିଛି ଏବଂ ସେଠାରେ ମୋବାଇଲ୍ ସଂଯୋଗ ମଧ୍ୟ ଅତି କ୍ଷୀଣ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇଛି।
ଉକ୍ତ ଯାଯାବର ପରିବାରର ଅନ୍ୟୂନ ୫ଜଣ ସଦସ୍ୟ ନିଖୋଜ ହୋଇଥିବା ଏବଂ ସେମାନଙ୍କର ମୃତ୍ୟୁ ହୋଇଯାଇଥିବାର ସମ୍ଭାବନା ଅଛି ବୋଲି କଶ୍ମୀର ଉପତ୍ୟକାର ସ୍ଥାନୀୟ ଗଣମାଧ୍ୟମ ସବୁ ମଧ୍ୟ କହିଛନ୍ତି। ‘ଫ୍ରି ପ୍ରେସ୍ ଅଫ୍ କଶ୍ମୀର’ ରିପୋର୍ଟ କରିଛି ଯେ, ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ରଫିଆବାଦ ଅଞ୍ଚଳରେ ଅତି ପ୍ରବଳ ବୃଷ୍ଟିପାତ ହୋଇଥାଇ ପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/rains.jpg)