ଦିଲ୍ଲୀ ଯିବାକୁ ଗୁହାରି ‌କଲେ ହାଥରସ୍‌ ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥ୍‌ରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟ ଏବେ ସୁରକ୍ଷା ଚାହିଛନ୍ତି। ସେମାନେ ୟୁପିରେ ନିଜକୁ ସୁରକ୍ଷିତ ଅନୁଭବ କରିପାରୁ ନାହାନ୍ତି ଏବଂ ସୁରକ୍ଷା ପାଇଁ ରାଜ୍ୟ ଛାଡ଼ି ଦିଲ୍ଲୀ ସ୍ଥାନାନ୍ତର ହେବାକୁ ସରକାରଙ୍କର ସହଯୋଗ ଲୋଡ଼ିଛନ୍ତି। ସେହିପରି ହାଥରସ୍‌ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାରଣା ଉତ୍ତରପ୍ରଦେଶରେ ନହୋଇ ଦିଲ୍ଲୀରେ କରାଯିବା ପାଇଁ ମଧ୍ୟ ସେମାନେ ପୂର୍ବ ଦାବିକୁ ଦୋହରାଇଛନ୍ତି। ପୀଡ଼ିତା ପରିବାର ମାମଲା ଦିଲ୍ଲୀକୁ ସ୍ଥାନାନ୍ତର ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ପୀଡ଼ିତାଙ୍କ ଭାଇ କହିଛନ୍ତି ଯେ ସରକାର ଆମକୁ ଏଦିଗରେ ସହଯୋଗ କରିବା ଆବଶ୍ୟକ। ଆମେ ସରକାରଙ୍କ ଉପରେ ନିର୍ଭରଶୀଳ। ଆମେ ଯେଉଁଠି ବି ରହୁ ସୁରକ୍ଷିତ ରହିବାକୁ ଚାହୁ ବୋଲି ପୀଡ଼ିତାଙ୍କ ପରିବାର ସଦସ୍ୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସିବିଆଇ ହାଥରସ୍‌ ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଛନ୍ତି। ଏଯାବତ୍‌ ସିବିଆଇ ପକ୍ଷରୁ ପୀଡ଼ିତାଙ୍କ ସମ୍ପର୍କୀୟ ଏବଂ ମାମଲାରେ ୪ ଅଭିଯୁକ୍ତଙ୍କୁ‌ ଜେରା କରାଯାଇଛି। ଅନ୍ୟପକ୍ଷରେ ଏସ୍ଆଇଟି ହାଥରସ୍‌ ମାମଲାରେ ଆଜି ତଦନ୍ତ ଶେଷ କରିଛି ଏବଂ ଖୁବ୍‌ଶୀଘ୍ର ରିପୋର୍ଟ ଦାଖଲ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର