ନୂଆଦିଲ୍ଲୀ: ଇନ୍ଦୋରରେ ରାଜା ରଘୁବଂଶୀ ହତ୍ୟା ମାମଲାରେ ଜ୍ୟୋତିଷ ନନ୍ଦ କୁମାର ପାଣ୍ଡେ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି। ଜ୍ୟୋତିଷ ନନ୍ଦ କୁମାର ପାଣ୍ଡେ ହିଁ ରାଜା ଏବଂ ସୋନମ ରଘୁବଂଶୀଙ୍କ ଜାତକ ମିଶାଇ ବିବାହ କରାଇଥିଲେ।
ରାଜାଙ୍କ ମୃତ୍ୟୁ ପରେ ଜ୍ୟୋତିଷ ନନ୍ଦ କୁମାର ପାଣ୍ଡେ ପ୍ରତିକ୍ରିୟା ଦେଇ କହିଛନ୍ତି, "କନ୍ୟା ଯଦି ମାଙ୍ଗଳିକ ଥାଆନ୍ତି ତେବେ ବିବାହ ପାଇଁ ବର ବି ମାଙ୍ଗଳିକ ହେବା ଆବଶ୍ୟକ। ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ଉଭୟ ମାଙ୍ଗଳିକ ଥିବାରୁ ମୁଁ ବିବାହ ପାଇଁ ଅନୁମତି ଦେଇଥିଲି।
ରାଜା ଏବଂ ସୋନମଙ୍କର ସାଢ଼େ ୧୯ ଗୁଣ ମିଶୁଥିଲା। ଦୁହିଁଙ୍କ ଗୃହ ମୈତ୍ରୀ ବି ମେଳ ଖାଉଥିଲା। କୁହାଯାଉ ଗୃହ ମୈତ୍ରୀ ଭାଗ୍ୟରେ ଥିଲେ ପ୍ରାପ୍ତ ହୋଇଥାଏ। ତେଣୁ ଅନ୍ୟ କିଛି ମେଳ ନଖାଇବି ଯଦି ଗୃହ ମୈତ୍ରୀ ମିଶୁ ଥାଏ ତେବେ ବର-କନ୍ୟାଙ୍କ ବିବାହ କରାଇ ଦିଆଯାଇଥାଏ। ସେଥିପାଇଁ ରାଜା ସୋନମଙ୍କୁ ବିବାହ କରିଥିଲେ।
ମୁଁ ଏବେ ବି ବିଶ୍ବାସ କରି ପାରୁ ନାହିଁ ଯେ ଏପରି କିଛି ଘଟି ଯାଇଛି। ସୋନମ ମୋ ସାମ୍ନାରେ ଜନ୍ମ ହୋଇ ବଡ଼ ହୋଇଛନ୍ତି। ମୋର ପିଲାମାନେ ମଧ୍ୟ ତାଙ୍କ ସହିତ ପାଠପଢ଼ିଛନ୍ତି। ଆଜି ପର୍ଯ୍ୟନ୍ତ ମୁଁ କେବେ ସୋନମକୁ କିଛି ଭୁଲ କରୁଥିବା ଦେଖିନାହିଁ। ଟେଲିଭିଜନ ମାଧ୍ୟମରେ ଯାହା ଦେଖୁଛି ଓ ଶୁଣୁଛି ପୂରାପୂରି ସ୍ତବ୍ଧ ହୋଇଯାଇଛି।
ରାଜା ରଘୁବଂଶୀଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବା ଉଚିତ। ଏବେ ଏହା ସରକାରଙ୍କ ଉପରେ ନିର୍ଭର କରେ ଯେ ସେ ରାଜାଙ୍କୁ କେତେ ଶୀଘ୍ର ନ୍ୟାୟ ଦେବେ।
ସୋନମଙ୍କ ଭାଇ ଗୋବିନ୍ଦ କାନ୍ଦି କାନ୍ଦି କହିଛନ୍ତି ଯେ ଯଦି ତାଙ୍କ ଭଉଣୀ ଦୋଷୀ ତେବେ ତାଙ୍କୁ ଫାଶି ଦିଆଯିବା ଉଚିତ। ଯଦି ନିଜ ଭାଇ କହୁଛି ଯେ ସୋନମକୁ ଫାଶି ଦିଆଯିବା ଉଚିତ, ତେବେ ଭାବନ୍ତୁ ଯେ ସେହି ଝିଅଟି କିଭଳି ଭୁଲ କରିଛି। ମୋ ମତରେ ସୋନମ ସ୍ବାମୀଙ୍କୁ ଏପରି ଭାବେ ହତ୍ୟା କରି କନ୍ୟା ନାମକୁ କଳଙ୍କିତ କରି ଦେଇଛି।"