ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଳାରେ ରହୁଥିବା ଏକ ପରିବାରର ୩ ଜଣ ଲୋକ ଓମାନର ଏକ ସମୁଦ୍ରରେ ଭାସି ଯାଇଛନ୍ତି। ୨ ଜଣ ପିଲା ପ୍ରଥମେ ସମୁଦ୍ରରେ ଭାସି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ସେମାନଙ୍କ ବାପା ସମୁଦ୍ର ଭିତରକୁ ପଶି ଯାଇଥିଲେ ଓ ସମୁଦ୍ର ଢେଉରେ ୩ ଜଣ ଯାକ ଭାସି ଯାଇଥିବା ସୂଚନା ରହିିଛି।
ନିଜର ୨ ପିଲାଙ୍କ ସହ ଜଳ ମଧ୍ୟରେ ଭାସି ଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶଶୀକାନ୍ତ। ସେ ବୃତ୍ତିରେ ଜଣେ ମେକାନିକାଲ୍ ଇଞ୍ଜିନିୟର୍। ସେ ଦୁବାଇର ଏକ ମଲ୍ଟିନେସ୍ନାଲ୍ କମ୍ପାନିରେ କାମ କରୁଥିଲେ। ଶଶୀକାନ୍ତଙ୍କ ପତ୍ନୀ ସାରିକା ବି ତାଙ୍କ ସହ ଦୁବାଇରେ ରହୁଥିଲେ।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରବିବାର ଶଶୀକାନ୍ତ ତାଙ୍କ ପରିବାାର ଓ ତାଙ୍କର କିଛି ବନ୍ଧୁଙ୍କ ସହ ବୁଲିବାକୁ ଓମାନ ଯାଇଥିଲେ। ଓମାନର ସଲ୍ହା ନାମକ ଏକ ଜାଗାରେ ଛିଡ଼ା ହୋଇ ସମୁଦ୍ର ଢେଉର ମଜା ନେଉଥିଲେ। ଏହି ସମୟରେ ଏବ ବିରାଟ ଲହରୀ ଅାସିଲା। ସେହି ଲହରୀରେ ଶଶୀକାନ୍ତଙ୍କ ୨ ପିଲାଙ୍କ ସହ ଅନ୍ୟ କିଛି ଲୋକ ଭାସି ଗଲେ।
ଏବେ ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ପୁଲିସ୍ ଦେଇଥିବା ସୂଚନାନୁସାରେ ଉକ୍ତ ଲହରୀରେ ସମୁଦାୟ ୮ ଜଣ ଲୋକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁୁ ୩ ଜଣଙ୍କୁ କିଛି ସମୟ ମଧ୍ୟରେ ଉଦ୍ଧାର କରାଯାଇଛି। ଅନ୍ୟ ୫ ଜଣ ଏବେ ବି ମିିଳିପାରି ନାହାନ୍ତିି।