ପୁଅ ଲାଗି ପରିବାରର ଲୋଭ: ୧୦ମ ଗର୍ଭରେ ଅପରିପକ୍ୱ ପୁଅ ଜନ୍ମ କରି ମରିଲେ ମହିଳା

ମୁମ୍ବାଇ: ମହାରାଷ୍ଟ୍ରର ବୀଦ୍‌ ଜିଲ୍ଲାରେ ଜଣେ ୩୮ ବର୍ଷୀୟ ମହିଳା ତାଙ୍କ ୧୦ମ ଗର୍ଭ କାଳରେ ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ପ୍ରାଣ ହରାଇଥିବା କଥା ପୁଲିସ ସୋମବାର ଦିନ କହିଛି।

ଶନିବାର ଦିନ ମୀରା ଏଖାଣ୍ଡେ ନାମ୍ନା ସେ ମହିଳା ଜଣକ ମାଜଲଗାଓଁସ୍ଥିତ ସିଭିଲ୍‌ ହସ୍‌ପିଟାଲ୍‌ରେ ଏକ ଅପରିପକ୍ୱ ବାଳକ ଜନ୍ମ କରିବା ପରେ ମୃତ୍ୟୁ ବରଣ କରିଛନ୍ତି।

ପୂର୍ବରୁ ମଧ୍ୟ ସେ ଦୁଇ ଥର ଗର୍ଭପାତ କରାଇଥିଲେ। ପରିବାର ଚାପ ଯୋଗୁଁ ସେ ପୁଣି ଥରେ ଗର୍ଭଧାରଣ କରିଥିଲେ।

ଶନିବାର ଦିନ ଏଖାଣ୍ଡେଙ୍କୁ ସିଭିଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ସେ ପୁଅଟିଏ ଜନ୍ମ କରିଥିଲେ ଏବଂ ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ପରେ ମୃତ୍ୟୁ ବରଣର କରିଥିଲେ।

ପୂର୍ବରୁ ଏଖାଣ୍ଡେଙ୍କର ସାତ ଝିଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର