କୋଲକାତା: ପ୍ରଖ୍ୟାତ ବଙ୍ଗଳା କବି ଶଙ୍ଖ ଘୋଷ (୮୯)ଙ୍କର ଆଜି ପରଲୋକ ହୋଇଛି। ଗତ ୧୪ ତାରିଖରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେ ନିଜ ଘରେ ପୃଥକବାସରେ ରହି ଚିକିତ୍ସିତ ହେଉଥିଲେ। କିଛି ମାସ ପୂର୍ବେ ସେ ଅନ୍ୟ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରବୀନ୍ଦ୍ର ସାହିତ୍ୟର ପ୍ରସାର ପାଇଁ ସେ ଅନେକ ରଚନା ସୃଷ୍ଟି କରି ଖ୍ୟାତି ଅର୍ଜନ କରିଥିଲେ। ବିଭିନ୍ନ ସାମାଜିକ ଓ ରାଜନୈତିକ ଘଟଣାକୁ ନିଜ କବିତାରେ ଉଲ୍ଲେଖ କରୁଥିବା ଘୋଷଙ୍କୁ ୨୦୧୧ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୦୧୬ରେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ମିଳିଥିଲା। ତାଙ୍କ ପୁସ୍ତକ ‘ବାବରେର ପ୍ରାର୍ଥନା’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଖ୍ୟାତ ବଙ୍ଗଳା କବି ଶଙ୍ଖ ଘୋଷଙ୍କ ପରଲୋକ
/sambad/media/post_attachments/wp-content/uploads/2021/04/f4h9sf49h8sf4h9s8f4hsfh456s4h56sf4h65s4h56sfhshfshhfhsfffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)