ଇନ୍ଦୋର: ଖ୍ୟାତନାମା କବି ରାହତ ଇନ୍ଦୋରୀଙ୍କର ଆଜି ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଏ ସଂପର୍କରେ ଇନ୍ଦୋରୀ ନିଜେ ଆଜି ସକାଳେ ଟ୍ବିଟ୍ କରି ସୂଚନା ଦେଇଥିଲେ। ଆଜି ଅପରାହ୍ନରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିବା ଇନ୍ଦୋର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଉର୍ଦ୍ଦୁ ସାହିତ୍ୟର ଏହି ପ୍ରସିଦ୍ଧ କବିଙ୍କୁ ଇନ୍ଦୋରର ‘ଅରବିନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେଜ୍’ରେ ଭର୍ତ୍ତି କରାଯାଇଥିଲା। ସେ କିଡ୍ନି ଜନିତ ରୋଗ ଏବଂ ମଧୁମେହରେ ମଧ୍ୟ ପୂର୍ବରୁ ପୀଡ଼ିତ ଥିଲେ। ଆଜି ତାଙ୍କର ପରଲୋକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଇନ୍ଦୋରୀଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଇନ୍ଦୋରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଖ୍ୟାତନାମା କବି ରାହତ ଇନ୍ଦୋରୀଙ୍କ ପରଲୋକ
/sambad/media/post_attachments/wp-content/uploads/2020/08/rohit-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)