ସେଲଫି ନେବା ହେଲା କାଳ; ୧୬୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଲେ ସୋସିଆଲ ମିଡିଆ ଷ୍ଟାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଅନେକ ଲୋକଙ୍କ ଜୀବନ ସୁଧୁରି ଯାଇଛି। କିନ୍ତୁ ଟିକଟକ, ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଚର୍ଚ୍ଚାରେ ରହିବାକୁ ଲୋକମାନେ ଏମିତି କିଛି ଉପାୟ ଆପଣାଉଛନ୍ତି ଯାହା ଫଳରେ ତାଙ୍କ ଜୀବନ ବି ଚାଲି ଯାଉଛି।   ଏମିତି ଏକ ଘଟଣା ତୁର୍କିର ଟିକଟକ ଷ୍ଟାର କୁବ୍ରା ଡୋଗେନଙ୍କ ସହିତ ଘଟିଛି।

୨୩ବର୍ଷର କୁବ୍ରା ନିଜର ୧୬ବର୍ଷର ଜଣେ ସମ୍ପର୍କୀୟ ଭଉଣୀଙ୍କୁ ଭେଟିବାକୁ  ଆପାର୍ଟମେଣ୍ଟକୁ ଯାଇଥିଲେ। ଦୁଇଭଉଣୀ ମିଶି ସ୍ଥିର କରିଥିଲେ କି ଟିକଟକ କରିବା ପାଇଁ କୋଠାର ଛାତକୁ ଯିବେ। କୁବ୍ରା ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ।

କୁବ୍ରା ଛାତକୁ ଯିବା ପରେ ଏକ ଧୁସର ରଙ୍ଗର ପ୍ଲାଷ୍ଟିକ କଭରିଂ ଉପରେ ଗୋଡ ରଖି ଦେଇଥିଲେ।  ପ୍ଲାଷ୍ଟିକ କଭରିଂ ଉପରେ ଗୋଡ଼ ରଖିବା ମାତ୍ରେ ତାହା ଫାଟି ଯାଇ ଥିଲା। ଫଳରେ କୁବ୍ରା ୧୬୦ଫୁଟ ତଳକୁ ଖସି ପଡ଼ିଥିଲେ। ଜରୁରୀକାଳିନ ସେବାକୁ ଫୋନ କରିବା ପରେ ପାରାମେଡିକ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଜାରି କରିଥିଲେ ହେଁ କୁବ୍ରାଙ୍କ ମୃତ୍ୟୁ ହୋଇଯାଇଥିଲା।

 

ସମ୍ବନ୍ଧିତ ଖବର