ନୂଆଦିଲ୍ଲୀ: ପରଲୋକରେ ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର ସିଂହ। ହଠାତ ଏଭଳି ଭାବେ ସ୍ବାମୀଙ୍କୁ ହରାଇବା ପରେ ନିଲୁଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ନିଲୁଙ୍କ ସ୍ବାମୀ ହରମିନ୍ଦର ସିଂହଙ୍କ ଦେହାନ୍ତ ଶୁକ୍ରବାର ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ଗାଧୁଆ ଘରେ ହରମିନ୍ଦରଙ୍କ ଗୋଡ ଖସିବା ପରେ ତାଙ୍କର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳ ପର୍ଯ୍ୟନ୍ତ ହରମିନ୍ଦର ସିଂ ସଂପୂର୍ଣ୍ଣ ଠିକ୍ ଥିଲେ। ଅପରାହ୍ନରେ ସେ ଗୁରୁଦ୍ୱାର ଯାଇଥିଲେ। ଗୁରୁଦ୍ୱାରରୁ ଫେରି ପରେ ସେ ବାଥରୁମକୁ ଯାଇଥିବା ବେଳେ ସେଠାରେ ତାଙ୍କ ପାଦ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲା। ବାଥରୁମରେ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟିବା ବେଳେ ଘରେ କେବଳ ଗୃହ ସହାୟକ ଥିଲେ। କିଛି ସମୟ ବିତିବା ପରେ ବି ହରମିନ୍ଦର ବାହାରକୁ ନଆସିବାରୁ ଗୃହ ସହାୟକ ଯାଇ ଚେକ୍ କରିଥିଲେ। ବାଥରୁମ ଭିତରକୁ ଯିବା ପରେ ହରମିନ୍ଦର ତଳେ ପଡ଼ିଥିବା ଦେଖିଥିଲେ ଗୃହ ସହାୟକ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି କୁହାଯାଇଛି। ଏସବୁ ହଠାତ୍ ଘଟିଥିବାରୁ ନିଲୁଙ୍କୁ ଶକ୍ତ ଝଟକା ଲାଗିଥିବା କହିଛନ୍ତି ତାଙ୍କ ଝିଅ।
aajtakତେବେ ନିଲୁଙ୍କ ପେସାଦାର ଜୀବନ ଦେଖିବାକୁ ଗଲେ ସେ ଉଭୟ ବଲିଉଡ ଫିଲ୍ମ ଓ ଧାରାବାହିକରେ କାମ କରିଛନ୍ତି। 'ହାଉସଫୁଲ-୨', 'ପଟିଆଲା ହାଉସ' ଭଳି ଅନେକ ଫିଲ୍ମରେ ନିଲୁ କାମ କରିଥିବା ବେଳେ 'ସଙ୍ଗମ', 'ଛୋଟୀ ସରଦାରନୀ', 'ମେରେ ଅଙ୍ଗନେ ମେଁ' ଭଳି ଧାରାବାହିକରେ କାମ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-124.jpg)