ନୂଆଦିଲ୍ଲୀ: ଗତବୁଧବାର ଟ୍ରଫି ନେଇ ଆରସିବି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିବା ପରେ ଦର୍ଶକଙ୍କ ଭିଡ଼ ଅଣାୟତ୍ତ ହୋଇଯାଇଥିଲା। ଘଟଣାସ୍ଥଳରେ ଦଳାଚକଡ଼ା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୦ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ଏହି ମୃତକଙ୍କ ମଧ୍ୟରେ ବେଙ୍ଗାଲୁରୁର ଏକ ଟେକ୍ କମ୍ପାନିରେ କାମ କରୁଥିବା ଦେବୀବି ସାମିଲ ଅଛନ୍ତି। ଦେବୀ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ବେଙ୍ଗାଲୁରୁ ଯେବେ ବି କୋହଲିଙ୍କର କୌଣସି ମ୍ୟାଚ୍ ହୁଏ ସେ ଯେମିତି ହେଲେ ବି ଦେଖିବାକୁ ପହଞ୍ଚି ଯାଇଥାଆନ୍ତି। କିନ୍ତୁ ଆରସିବି ଚାମ୍ପିଅନ ହେବାର ପରଦିନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବିଜୟ ପରେଡ୍ ଦେଖିବା ପାଇଁ ତାଙ୍କୁ ଟିକେଟ୍ ମିଳି ନଥିଲା।
ଏହା ସତ୍ତ୍ବେ ବି ସେ ତାଙ୍କ କାର୍ଯ୍ୟାଳୟରୁ ଛୁଟି ନେଇ ବିରାଟଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ପହଞ୍ଚିଥିଲେ। ଏହି ସମୟରେ କେହି ଜଣେ ଏକ ଗୁଜବ ଖବର ପ୍ରଚାର କରି ଦେଇଥିଲେ କି ଷ୍ଟାଡିୟମ୍ ଗେଟରେ ଆରସିପି ଦ୍ୱାରା ମାଗଣା ପାସ୍ ବଣ୍ଟନ କରାଯାଉଛି। ଏହାପରେ ଗେଟ ଅଭିମୁଖେ ଲୋକଙ୍କ ଭିଡ଼ ପୋକମାଛି ଭଳି ବୃଦ୍ଧି ପାଇବାରେ ଲାଗିଥିଲା। ଫଳରେ ଦଳାଚକଡ଼ା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଦେବୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/05/eranCr12UZHFdRb0Mlo1.jpg)