ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ମାନସିକ ପୂରଣ ହେବାପରେ ହନୁମାନଙ୍କୁ ସୁନା ମୁକୁଟ ଅର୍ପଣ କରିଲେ ବାରାଣାସୀର ଅରବିନ୍ଦ ସିଂହ

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୬୯ତମ ଜନ୍ମ ଦିବସର ଗୋଟିଏ ଦିନ ପୂର୍ବରୁ ବାରାଣାସୀର ଅରବିନ୍ଦ ସିଂହ ଭଗବାନ ହନୁମାନଙ୍କୁ ୧.୨୫ କିଲୋଗ୍ରାମ ଓଜନର ଏକ ସୁନା ମୁକୁଟ ଅର୍ପଣ କରିଛନ୍ତି । ସେ ଉତ୍ତର ପ୍ରଦେଶର ବାରାଣାସୀରେ ଥିବା ସଙ୍କଟମୋଚନ ଭଗବାନ ହନୁମାନଙ୍କୁ ସ୍ୱର୍ଣ୍ଣ ମୁକୁଟ ଅର୍ପଣ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ।

ଏହି ଅବସରରେ ଅରବିନ୍ଦ ସିଂହ କହିଛନ୍ତିଯେ ବିଶ୍ୱର ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି । ମୋଦୀ ଦ୍ୱିତୀୟ ଥର ସରକାର ଗଢ଼ିଲେ ଭଗବାନ ହନୁମାନଙ୍କୁ ସୁନା ମୁକୁଟ ଅର୍ପଣ କରିବେ ବୋଲି ମାନସିକ କରିଥିଲେ ଏବଂ ତାହା ସଫଳ ହୋଇଥିବାରୁ ସଙ୍କଟମୋଚନ ଭଗବାନ ହନୁମାନଙ୍କୁ ସ୍ୱର୍ଣ୍ଣ ମୁକୁଟ ଅର୍ପଣ କରିଛନ୍ତି ।

photo-amarujala

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରାଣାସୀସ୍ଥିତ ଭଗବାନ ସଙ୍କଟମୋଚନ ମନ୍ଦିର ହେଉଛି ଏଠାକାର ଏକ ପ୍ରସିଦ୍ଧ ମନ୍ଦିର । ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଏଥର ଯୋଗକୁ ମଙ୍ଗଳବାର ପଡ଼ିଥିବାରୁ ଉକ୍ତ ସଙ୍କଟମୋଚନ ହନୁମାନ ମନ୍ଦିରରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି ।

ସମ୍ବନ୍ଧିତ ଖବର