ନୂଆଦିଲ୍ଲୀ : ଆଜି ରାଜ୍ୟସଭା ଶୂନ୍ୟକାଳରେ ଫନି ବାତ୍ୟା ଜନିତ ସହାୟତା ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବିଜେଡି। ବିଜେଡର ସାଂସଦ ପ୍ରଶାନ୍ତ ନନ୍ଦ ଏହି ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ନନ୍ଦ କହିଥିଲେ ମେ’ ୩ରେ ଫନି ବାତ୍ୟା ଯୋଗୁଁ ବ୍ୟାପକ ରୂପେ ଓଡ଼ିଶାର ୧୪ ଜିଲ୍ଲା କ୍ଷୟକ୍ଷତି ହୋଇଛି। ରାସ୍ତା, କୋଠାବାଡ଼ି, ପାଵାର ସେକ୍ଟର, ଯୋଗାଯୋଗ ଭିତ୍ତିଭୂମି ନଷ୍ଟ ହୋଇଛି। ଫନି ବାତ୍ୟା ପୂର୍ବରୁ ରାଜ୍ୟ ସରକାର ୧୨ ଲକ୍ଷଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ଓ ଅନେକ ପଦକ୍ଷେପ ନିଆଯାଇଥିଲା। ଫନି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ୫ ହଜାର ପକ୍କା ଘର ଯୋଗାଇଦେବା ତଥା ୫୨୨୭.୬୨ କୋଟି ଟଙ୍କାର ସହାୟତା ପାଇଁ କହିଛନ୍ତି। ଏନେଇ କେନ୍ଦ୍ର ସରକାଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ସେ ଜାଣିବାକୁ ଚାହିଁଥିଲେ। ଶ୍ରୀ ନନ୍ଦ ପୁଣି କହିଥିଲେ ତିତିଲି ଓ ଫାଇଲିନ୍ ବାତ୍ୟାର କ୍ଷୟକ୍ଷତି ବାବଦରେ ବଳକା ମଞ୍ଜୁରି ଅର୍ଥରାଶି ରାଜ୍ୟ ସରକାରଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp