ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର ପାଇଁ ପ୍ରଶଂସକମାନଙ୍କ ପ୍ରାର୍ଥନା

ମୁମ୍ବାଇ : ପ୍ରଖ୍ୟାତ ସିନେ ତାରକା ଅମିତାଭ ବଚ୍ଚନ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଶରୀରରେ ଏକ ଅସ୍ତ୍ରୋପଚାର କରାଇବେ ବୋଲି ଶନିବାର ରାତିରେ ନିଜ ବ୍ଳଗ୍‌ପୋଷ୍ଟ୍‌ରେ ସୂଚନା ଦେଇଛନ୍ତି। ଏଥି ସହିତ ସେ ଆଉ ବେଶୀ କିଛି ଲେଖିପାରୁନାହାନ୍ତି ବୋଲି ମଧ୍ୟ ବିଗ୍‌ ବି ଜଣାଇଛନ୍ତି। ଫଳରେ ତାଙ୍କ ପ୍ରଶଂସକ, ସମର୍ଥକ ଓ ଶୁଭେଚ୍ଛୁମାନଙ୍କୁ ଏଭଳି ବାର୍ତ୍ତା ବ୍ୟସ୍ତବିବ୍ରତ କରି ପକାଇଛି। ଯଦିଓ ତାଙ୍କର କି ପ୍ରକାର ଅସ୍ତ୍ରୋପଚାର ହେବ, ସେ ସଂକ୍ରାନ୍ତ କିଛି ସବିଶେଷ ସୂଚନା ନାହିଁ, ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ହଜାର ହଜାର ଅନୁଗାମୀ ପ୍ରାର୍ଥନା କରିବା ସହ ବିଭିନ୍ନ ପ୍ରକାର ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର