ଫରିଦାବାଦ: ହରିୟାଣାର ଫରିଦାବାଦରେ ଏକ ଜଘନ୍ୟ କାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ଶାଶୂଘରେ ଶ୍ବଶୁର ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ଏବଂ ଘର ବାହାରେ ଏକ ଗାଡ଼ ଖୋଳି ପୋତି ଦେଇଛି। ଏହି ଘଟଣାଟି ଗତ ଏପ୍ରିଲ ମାସର। କିନ୍ତୁ ୨ ମାସ ପରେ ଉକ୍ତ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ପୀଡ଼ିତା ହେଉଛନ୍ତି ଉତ୍ତରପ୍ରଦେଶ ଫିରୋଜାବାଦ ଜିଲ୍ଲାର। ସେ ୨୦୨୩ ଜୁଲାଇରେ ଫରିଦାବାଦରେ ବିବାହ କରିଥିଲେ। ବିବାହର ୨ ବର୍ଷ ମଧ୍ୟରେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଥିଲା। ତାଙ୍କୁ ହତ୍ୟା କରି ତାଙ୍କ ଶାଶୂଘର ଆଗରେ ଏକ ୧୦ ଫୁଟ୍ ଗାଡ଼ ଖୋଳି ପୋତି ଦିଆଯାଇଥିଲା ଏବଂ ଏହା ଉପରେ ଏକ କଂକ୍ରିଟ୍ ସ୍ଲାବ୍ ପକାଯାଇଥିଲା। କିନ୍ତୁ ମହିଳାଙ୍କ ଶ୍ବଶୁରଙ୍କର ଏଭଳି ଜଘନ୍ୟ କାଣ୍ଡ ସଂକ୍ରାନ୍ତରେ କିଛି ଜଣାନଥିଲା। ପୁଲିସ ଜେରା ପରେ ମହିଳାଙ୍କ ଶ୍ବଶୁର ନିଜ ଦୋଷ ସ୍ବୀକାର କରିଛି।
ପୁଲିସ ଅନୁଯାୟୀ ଏପ୍ରିଲ ୧୪ ତାରିଖରେ ମହିଳାଙ୍କୁ ହତ୍ୟା କରିବାର ଯୋଜନା ଚୂଡ଼ାନ୍ତ ହେଲା। ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କ ଶାଶୂଙ୍କୁ ଉତ୍ତରପ୍ରଦେଶର ଏଟାରେ ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ପଠାଗଲା। ଏପ୍ରିଲ ୨୧ ତାରିଖ ରାତିରେ ମହିଳାଙ୍କ ସ୍ବାମୀ ଉଭୟ ତାଙ୍କ ପତ୍ନୀ ଏବଂ ଭଉଣୀଙ୍କ ଖାଦ୍ୟରେ ନିଦ ବଟିକା ମିଶାଇ ଦେଇଥିଲେ। ସେମାନେ ଖାଇବା ପରେ ପୃଥକ ରୁମ୍ରେ ଶୋଇପଡ଼ିଥିଲେ ଏବଂ ସେମାନଙ୍କର ଚେତା ନଥିଲା। ମହିଳାଙ୍କ ଶ୍ବଶୁର ସ୍ବୀକାର କରିଛି ଯେ, ବିଳମ୍ବିତ ରାତିରେ ସେ ନିଜ ବୋହୂକୁ ମାରିବାପାଇଁ ଯାଇଥିଲା। କିନ୍ତୁ ବୋହୂକୂ ମାରିବା ପୂର୍ବରୁ ପ୍ରଥମେ ସେ ତାଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିଲା। ସେ ସମୟରେ ସେ ନିଜ ପୁଅ କି ସ୍ତ୍ରୀକୁ ଏସଂକ୍ରାନ୍ତରେ କିଛି କହିନଥିଲା। ଏହି କାଣ୍ଡ ଘଟାଇବାପରେ ମହିଳାଙ୍କ ଶ୍ବଶୁର ତାଙ୍କ ସ୍ବାମୀଙ୍କୁ ଡାକିଥିଲା। ସେମାନେ ମହିଳାଙ୍କ ଶରୀରକୁ ବାନ୍ଧି ଘର ଆଗରେ ଡ୍ରେନେଜ୍ ପାଇଁ ଖୋଳାଯାଇଥିବା ଏକ ଗାଡ଼ରେ ପକାଇ ଦେଇଥିଲେ। ଏହାପରେ ଏହି ଗାଡ଼ଟିକୁ ଇଟା ଏବଂ ବାଲି ପକାଇ ଭର୍ତ୍ତି କରାଯାଇଥିଲା। କିଛିଦିନ ପରେ ଏହା ଉପରେ ଏକ କଂକ୍ରିଟ ସ୍ଲାବ୍ ପକାଯାଇଥିଲା।
ସେମାନେ ମହିଳାଙ୍କୁ ମାରି ପୋତିବାପାଇଁ ବିଧିବଦ୍ଧ ଭାବେ ୧୦ ଫୁଟ୍ର ଏକ ଗାଡ଼ ଖୋଳିଥିଲେ। ଡ୍ରେନେଜ୍ କାମ ପାଇଁ ଗାଡ଼ ଖୋଳାଯାଉଛି ବୋଲି ସେମାନେ ପଡ଼ୋଶୀଙ୍କୁ କହିଥିଲେ। ଏପ୍ରିଲ ୨୫ ତାରିଖରେ ବୋହୂ ନିଖୋଜ ଥିବା ନେଇ ଏତଲା ରୁଜୁ କରିଥିଲେ। କିନ୍ତୁ ମହିଳାଙ୍କ ଭଉଣୀଙ୍କର ଅନ୍ୟ ଏକ ଏତଲା ଆଧାରରେ ପୁଲିସ ଏହି ମାମଲାର ତଦନ୍ତ କରିବାପରେ ମାମଲାର ମୂଳରେ ପହଞ୍ଚିଥିଲା।