ଚାଷୀଙ୍କ ହକ୍ ପାଇଁ ଦିଲ୍ଲୀରେ ଲଢ଼େଇ, ଧାରଣାରେ ବସିବେ ନବୀନ, ଚାଷୀ

ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ନୂଆଦିଲ୍ଲୀ: କୃଷକଙ୍କ ହକ୍ ହାସଲ ପାଇଁ ଆସନ୍ତାକାଲି ନୂଆଦିଲ୍ଲୀରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିବ। ଧାରଣାରେ ବସିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳୁ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ସ୍ଥାନୀୟ ତାଲକୋଟରା ଷ୍ଟାଡିୟମରେ ଦଳ ପକ୍ଷରୁ କୃଷକ ଅଧିକାର ସମାବେଶ କରାଯିବ ଓ ପରେ ସନ୍ଧ୍ୟାରେ ୫୦ ଜଣିଆ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ େଭଟି ତାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ନୂଆଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିେଜପି ଧାନର ମୂଲ୍ୟ ବୃଦ୍ଧି େନଇ ଯେଉଁ ପ୍ରତିଶ୍ରୁତି େଦଇଥିଲା, ତାହା ଆଜି ବି ପୂରଣ େହାଇନାହିଁ। ଚାଷୀ ଆଜି ଦୁଃଖୀ। ଅସୁବିଧାର ସମ୍ମୁଖୀନ େହଉଛି। ଆସନ୍ତାକାଲି ଏ େନଇ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବା ସହିତ ଦାବି ପତ୍ର ଦିଆଯିବ।ନିର୍ବାଚନ ପୂର୍ବରୁ ଧାନର ଉତ୍ପାଦନର ମୂଲ୍ୟର େଦଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ କରିବା ପାଇଁ େଯଉଁ ପ୍ରତିଶ୍ରୁତି େଦଇଥିଲେ କ୍ଷମତା ହାସଲ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ତାକୁ ପାଳନ କରିନାହାନ୍ତି। ଏ ସଂକ୍ରାନ୍ତରେ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ଓ ପ୍ରଧାନମନ୍ତ୍ରୀଙ୍କୁ େଭଟିବା ଲାଗି ସମୟ ମଗାଯାଇଥିଲା। ମାତ୍ର ଓଡ଼ିଶା େଲାକ ପ୍ରତିନିଧିଙ୍କ ଦାବି ଶୁଣିବା ଲାଗି ପ୍ରଧାନମନ୍ତ୍ରୀ ସମୟ ନ େଦବାରୁ ବିେଜଡି େନତା, ଛାମୁଆ ସଂଗଠନ ଓ ଚାଷୀ ଏକାଠି େହାଇ ନୂଆଦିଲ୍ଲୀ ଯାଇଛନ୍ତି। ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକ୍ରମକୁ ରାଜନୈତିକ ମହଲରେ ଅତ୍ୟନ୍ତ ଗୁରୁତ୍ବ ଦିଆଯାଉଛି। ଏହାଦ୍ବାରା ଧାନର ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଅନ୍ୟ ଆଞ୍ଚଳିକ ଦଳ ଓ ରାଜ୍ୟ ମଧ୍ୟ େକନ୍ଦ୍ର ବିେରାଧରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି। ଏହି ପ୍ରସଙ୍ଗଟି ଆଗାମୀ ଦିନରେ ଜାତୀୟ ରାଜନୀତିରେ ଏକ ବଡ଼ ପ୍ରସଙ୍ଗ ଭାବେ ମୁଣ୍ଡ େଟକିବ େବାଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାେର, ଗତ ୫ ତାରିଖରେ େଟ୍ରନ େଯାଗେ ଓଡ଼ିଶାରୁ ନୂଆଦିଲ୍ଲୀ ଯାଇଥିବା ପାଖାପାଖି ୨ହଜାର ଚାଷୀ ଓ ନେତା ଆଜି ପହଞ୍ଚିଛନ୍ତି। ନୂଆଦିଲ୍ଲୀ େରଳଷ୍ଟେସନରେ ସେମାନଙ୍କୁ ଉଭୟ େଲାକସଭା ଓ ରାଜ୍ୟସଭା ସାଂସଦ ସ୍ବାଗତ କରିଥିଲେ। େସମାନଙ୍କୁ ଓଡ଼ିଶା ଭବନ, ଓଡ଼ିଶା ନିବାସ, ଓଡ଼ିଶା ସଦନ, େଵଷ୍ଟର୍ଣ୍ଣ େକାର୍ଟ, ଦିଲ୍ଲୀର ବିଭିନ୍ନ ଧର୍ମଶାଳା, ହଜଖାସ୍ ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ଜଗନ୍ନାଥ ମନ୍ଦିର ଆଦିରେ ରଖାଯାଇଛି।

ଆସନ୍ତାକାଲି ତାଲକୋଟରା ଷ୍ଟାଡିୟରେ ସକାଳ ୧୧ଟାରୁ ସମାବେଶ ଆରମ୍ଭ େହବ। ପାଖାପାଖି ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ଏହି ଧାରଣାସ୍ଥଳୀରେ ପହଞ୍ଚିବେ ଓ ବିେକ୍ଷାଭ କାର୍ଯ୍ୟକ୍ରମରେ ସାମିଲ େହବେ। ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କ େନତୃତ୍ବରେ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ େଭଟିବାର କାର୍ଯ୍ୟକ୍ରମ ରହିଛି। ବିେଜଡି କହିଛି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ ସ୍ମାରକ ପତ୍ରରେ ଦାବି ରଖାଯିବ। ଏହି ଦାବି ହାସଲ ନ େହଲେ ଆଗାମୀ ଦିନରେ ଆନ୍ଦୋଳନ େଜାରଦାର କରାଯିବ େବାଲି ବିେଜଡି ନେତାମାେନ କହିଛନ୍ତି। ଧାରଣା ଓ ବିେକ୍ଷାଭ େଶଷରେ ଚାଷୀ ଓ ବିେଜଡି େନତା ଓଡ଼ିଶା େଫରିଯିବେ।

ସମ୍ବନ୍ଧିତ ଖବର