ଭେପାଳ: ମଧ୍ୟପ୍ରଦେଶର ଶିବପୁରି ଅଞ୍ଚଳର ଜଣେ କୃଷକ ନିଜ ଜମିରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଇବା ପାଇଁ ଜିଲ୍ଲାରେ ନୂଆ କରି ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କ ଗୋଡ଼ ଧରିଥିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏଏନ୍‌ଆଇର ଟୁଇଟର୍‌ ଆକାଉଣ୍ଟ୍‌ରେ ଏହି ଭିଡିଓଟି ଏବେ ଟୁଇଟ୍‌ ହୋଇଛି।

Advertisment

ଟୁଇଟର୍‌ରେ ଆହୁରି ଲେଖାଯାଇଛି ଯେ କୃଷକଙ୍କ କହିବା କଥା ହେଉଛି ଜମିରେ ଏକ ଟ୍ରାନ୍ସଫର୍ମର ବସିଲେ ସେ ନିଜ ଜମିରେ ହାଇ-ପାଓ୍ଵାର ବିଦ୍ୟୁତ୍‌ ପମ୍ପ ବ୍ୟବହାର କରି ଚାଷ କରିପାରିବେ। ଏଥିପାଇଁ ସେ ଗତ ବର୍ଷ ଅଗଷ୍ଟ ମାସରେ ଜିଲ୍ଲା ପ୍ରଶାସନକୁ ୪୦,୦୦୦ ଟଙ୍କା ବି ପ୍ରଦାନ କରିଛନ୍ତି।  ପରେ ଗତ ୨୮ ତାରିଖରେ ତାଙ୍କ ଜମିରେ ଟ୍ରାନ୍ସଫର୍ମର ବସାଯାଇଛି ବୋଲି ସୂଚନା ରହିଛି।

ଭାଇରଲ୍‌ ହୋଇଥିବା ୧.୦୩ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କୃଷକ ଅଜିତ୍‌ ଜାତଭ ଜିଲ୍ଳାପାଳ ଔରଙ୍ଗ ପିଙ୍କ ପାଦ ଧରି ଭୂମିରେ ପଡ଼ିଥିବା ବେଳେ ଜିଲ୍ଲାପାଳ ଗାଡ଼ି ଭିତରକୁ ପଶି ଯାଇଛନ୍ତି। ଜଣେ ପୁଲିସ୍‌ ଅଧିକାରୀ କୃଷକଙ୍କୁ ଉଠାଉଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଛି।