କୃଷି ଆଇନ ବିରୋଧୀ ଭାଷଣ ଦେବା ପରେ ଏବେ ମୋ ସମୟ ଶେଷ କହି ଟଳି ପଡ଼ିଲେ ଚାଷୀ ନେତା

ଚଣ୍ଡିଗଡ଼: ଭାଷଣ ଦେଉଥିବା ବେଳେ ଟଳିପଡ଼ିଲେ ଚାଷୀ ନେତା। କୃଷି ଆଇନକୁ ବିରୋଧ କରି ନିଜର ଭାଷଣ ରଖିବା ପରେ ଏବେ ମୋର ସମୟ ଶେଷ ବୋଲି କହିଥିଲେ ଚାଷୀ। ଏହା ପରେ ପରେ ସେ ଷ୍ଟେଜ ଉପରେ ଟଳିପଡ଼ିଥିଲେ। ‌ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର। ମୃତ ଚାଷୀଜଣକ ହେଲେ କୀର୍ତ୍ତି କିଷାନ ୟୁନିୟନର ମୁଖ୍ୟ ମାଷ୍ଟର ଦାତାର ସିଂହ। ସ୍ୱାଧୀନତା ସଂଗ୍ରାମୀ ଉଜାଗର ସିଂଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦାତାର ସିଂ ଅମୃତସରର ବିର୍ସା ବିହାରରେ ପହଞ୍ଚିଥିଲେ। ସେଠାରେ ଭାଷଣ ଦେବା ପରେ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

କୃଷକମାନଙ୍କ ଆନ୍ଦୋଳନ ବିଷୟରେ ଷ୍ଟେଜ ଉପରୁ ନିଜର ମତାମତ ଦେଉଥିବା ଦାତାର ସିଂ କହିଥିଲେ ଯେ, ବିଦାୟ! ଏବେ ମୋର ସମୟ ସରିଯାଇଛି। ଏହା କହି ସେ ଚେୟାରରେ ବସିବା ମାତ୍ରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

aajtak

ସୂଚନା ମୁତାବକ, ଦାତାର ସିଂ ତିନି ଦିନ ପୂର୍ବରୁ ଦିଲ୍ଲୀ ଧାରଣାରୁ ଫେରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅମୃତସର ଆସିଥିଲେ। ମଞ୍ଚକୁ ଡାକି ତାଙ୍କୁ ସମ୍ମାନିତ କରାଯିବାର ଥିଲା, କିନ୍ତୁ ଏହାପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କୃଷି ଆଇନ ପ୍ରତ୍ୟାହାର ନେଇ ଦାତାର ସିଂ ମଧ୍ୟ ଅନେକ ପ୍ରଦର୍ଶନରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ସରକାର ସମାଧାନ ଖୋଜିବା ପରିବର୍ତ୍ତେ କୃଷକ ନେତାମାନଙ୍କ ମଧ୍ୟରେ ମତଭେଦ କରିବାରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର