ଚଣ୍ଡିଗଡ଼ଳ : ଗତ ଅଗଷ୍ଟ ୨୮ ତାରିଖରେ କର୍ନାଲ୍ ଲାଠିମାଡ଼ ଘଟଣାରେ ଚାଷୀ ନେତାମାନେ ଶୁକ୍ରବାର ପୁଣିଥରେ ହରିୟାଣା ସରକାରୀ ଅଧିକାରୀଙ୍କୁ ଭେଟିଛନ୍ତି। ଗତ ୪ ଦିନ ମଧ୍ୟରେ ସେମାନେ ୩ ଥର ଅଧିକାରୀଙ୍କୁ ଭେଟିଲେଣି। ଶୁକ୍ରବାର ବରିଷ୍ଠ ବିଜେପି ନେତାମାନଙ୍କର ଏକ ବୈଠକ ଥିବାବେଳେ ଆନ୍ଦୋଳନକାରୀମାନେ ସେଠାକୁ ଯାଇ ମଧ୍ୟ ବିଜେପି ନେତାମାନଙ୍କୁ ଭେଟିଥିବା ଜଣାପଡ଼ିଛି। ଚାଷୀଙ୍କ ଉପରକୁ ଲାଠିମାଡ଼ କରିବା ଘଟଣାକୁ ଚାଷୀନେତା ଜୋରଦାର ବିରୋଧ କରିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମେତ ଅଣ ବିଜେପି ନେତାମାନେ ଏହି ଘଟଣାକୁ ବିରୋଧ କରିଛନ୍ତି। ଆଜି ଅତିରିକ୍ତ ମୁଖ୍ୟ ସଚିବ ଦେବେନ୍ଦ୍ର ସିଂହ, କର୍ନାଲ୍ ଜିଲ୍ଲାପାଳ ଏବଂ ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଜିଲ୍ଲା ସଚିବାଳୟରେ ଚାଷୀ ନେତା ଗୁର୍ନମ ସିଂହ ଚରୁନୀଙ୍କୁ ଭେଟିଛନ୍ତି। ଗତ କିଛିଦିନ ଧରି ଚାଷୀମାନେ କର୍ନାଲ୍ ସ୍ଥିତ ସରକାରୀ ଅଫିସ୍ ବାହାରେ ଟେଣ୍ଟ୍ ପକାଇ ରହିଛନ୍ତି। ସରକାରୀ ଅଧିକାରୀମାନଙ୍କ ସହ ବିଭିନ୍ନ ରାଉଣ୍ଡ୍ କଥାବାର୍ତ୍ତା ବିଫଳ ହୋଇଛି। ସେମାନଙ୍କ ମୁଖ୍ୟ ଦାବି ହେଉଛି ଯେ ଚାଷୀଙ୍କ ମୁଣ୍ଡ ଫଟାଇବାକୁ ନିର୍ଦ୍ଦେଶ ଦେଇଥିବା ଆଇଏଏସ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।
କର୍ନାଲ୍ ଲାଠିମାଡ଼ ଘଟଣା: ୪ ଦିନରେ ୩ ଥର ହରିୟାଣା ଅଧିକାରୀଙ୍କୁ ଭେଟିଲେଣି ଚାଷୀ ନେତା
/sambad/media/post_attachments/wp-content/uploads/2021/09/f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)