ଆନ୍ଦୋଳନରତ କୃଷକମାନଙ୍କ ପାଇଁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଜାମ, ସନ୍ଧ୍ୟା ୫ଟା ୧୫ରେ ସାମ୍ବାଦିକ ସମ୍ମିଳନୀ କରିବେ କୃଷକ ନେତା

ନୂଆଦିଲ୍ଲୀ: ଆଜି କୃଷକ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି | ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ବୁଝାମଣା ହୋଇନପାରିବାରୁ ଆଜି ରାଜସ୍ଥାନର କୃଷକମାନେ ଆନ୍ଦୋଳନରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଭିନ୍ନ ରାଜ୍ୟରୁ ଚାଷୀମାନେ ଦିଲ୍ଲୀରେ ପହଞ୍ଚୁଥିବାରୁ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହ ସିଙ୍ଗୁ ସୀମାରେ ଆଜି ସନ୍ଧ୍ୟା ୫ଟା ୧୫ରେ କୃଷକ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣା ପଡ଼ିଛି | ଏପର୍ଯ୍ୟନ୍ତ କୃଷି ଆଇନକୁ ନେଇ ସରକାରଙ୍କ ସହ ସମସ୍ତ ପ୍ରକାରର ଆଲୋଚନାର ପ୍ରୟାସ ବିଫଳ ହୋଇସାରିଥିବା ବେଳେ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିସାରିଛି କୃଷକ ସଂଗଠନ। ।

सिंघु बॉर्डर पर कड़ी सुरक्षा (फोटो-पीटीआई)
aajtak

ଅଲୱରର ଶାହାଜାହାନପୁରରେ ଥିବା ହରିୟାଣା ସୀମାରେ କୃଷକମାନଙ୍କ ଭିଡ଼ ଜମିଛି। ଆନ୍ଦୋଳନରତ କୃଷକମାନଙ୍କ ପାଇଁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଜାମ ହୋଇଯିବାରୁ ଗାଡ଼ିଗୁଡିକୁ ବେହେରୋରରୁ ଦେଇ ଯିବାକୁ କୁହାଯାଉଛି। ତେବେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି ସରକାର।

ସମ୍ବନ୍ଧିତ ଖବର