ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ସମୟରେ ଆଜି ଏକ ଦୁର୍ଘଟଣା ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଜଣେ ୪୦ ବର୍ଷୀୟ ଜଣେ କୃଷକଙ୍କର ଟ୍ରକ୍ ଧକ୍କାରେ ମୃତ୍ୟୁ ହୋଇଛି। ଭିୱାନି ଜିଲ୍ଲାର ମୁଣ୍ଢଲ୍ ନିକଟରେ ଏହି ଦୁର୍ଘଟଣା ହୋଇଛି। ପୁଲିସ ବ୍ୟାରିକେଡ୍ ନିକଟରେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ ଏବଂ ସେଥିରେ ବସିଥିବା ଉକ୍ତ କୃଷକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା କୃଷକଙ୍କ ଘର ପଂଜାବର ମନ୍ସାରେ। ତାଙ୍କ ନାମ ତାନ୍ନା ସିଂହ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୨ ଆହତଙ୍କୁ ଚିକିତ୍ସା ପାଇଁ ଭିୱାନୀ ସିଭିଲ୍ ହସ୍ପିଟାଲ୍ ନିଆଯାଇଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
‘ଦିଲ୍ଲୀ ଚଲୋ’ ଅଭିଯାନରେ ଦୁର୍ଘଟଣା : ଟ୍ରକ୍ ଧକ୍କାରେ କୃଷକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/11/dba44c8ba6c8416a2c2489cef02a0655.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)