କର୍ଣ୍ଣାଲ କୃଷକ ମହାପଞ୍ଚାୟତ : ସରକାରଙ୍କ ସହ କୃଷକଙ୍କ ଆଲୋଚନା ବିଫଳ, ମିନି ସେକ୍ରେଟାରିଏଟ୍ ଘେରାଉ

କର୍ଣ୍ଣାଲ : ଅଗଷ୍ଟ ୧୮ରେ କୃଷକମାନଙ୍କ ଉପରେ ହୋଇଥିବା ପୁଲିସ ଲାଠିମାଡ଼ ପ୍ରତିବାଦରେ ହରିୟାଣାରେ ଆନ୍ଦୋଳନ ଡାକରା କୃଷକମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଯାଇଛି । ଆଲୋଚନା ବିଫଳ ହେବା ପରେ କୃଷକମାନେ ମିନି ସେକ୍ରେଟାରିଏଟ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ଲାଗିଥିବା ବାରିକେଡକୁ ସେମାନେ ଭାଙ୍ଗିଦେଇଥିବା ଜଣାଯାଇଛି ।

କୃଷକମାନେ ମିନିସେକ୍ରାଟାରିଏଟକୁ ଘେରଉ କରିବାକୁ ଉଦ୍ୟମ କରୁଥିବାରୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ କର୍ଣ୍ଣାଲ, ପାନିପତ, କୁରୁକ୍ଷେତ୍ର, କୌଥଲ ଓ ଜିନ୍ଦ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । ଗଳିକନ୍ଦିରେ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଆଜି ରାତି ୧୧ଟା ୫୯ ମିନିଟ ପର୍ୟ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର