ଚଣ୍ଡିଗଡ଼: କୃଷକ ଆନ୍ଦୋଳନ ଯୋଗୁଁ  ହରିୟାଣାରେ ଆଉ ୨ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଏବେ ରାଜ୍ୟରେ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ହରିୟାଣା ସରକାର ମଙ୍ଗଳବାର ସଂଧ୍ୟାରେ ଏ ନେଇ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁସାରେ ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ, ସିରସା ଓ ଡବୱାଲିରେ ଇଣ୍ଟରନେଟ୍ ବନ୍ଦ ରହିବ।

Advertisment

ଆଦେଶ ଅନୁଯାୟୀ, ଏହି ସମୟରେ ଲୋକମାନେ ହ୍ଵାଟ୍ସଆପ୍, ଫେସବୁକ୍, ଏକ୍ସ ଇତ୍ୟାଦି ମାଧ୍ୟମରେ ମେସେଜ ପଠାଇପାରିବେ ନାହିଁ। ତେବେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କର୍ପୋରେଟ ଓ ଘରୋଇ ବ୍ରଡବ୍ୟାଣ୍ଡ, ମାଧ୍ୟମରେ ବ୍ୟକ୍ତିଗତ ବାର୍ତ୍ତା, ଫୋନ୍ ରିଚାର୍ଜ, ବ୍ୟାଙ୍କିଂ ଏସଏମଏସ, ଭଏସ୍ କଲ୍, ଇଣ୍ଟରନେଟ୍ ସେବା ପଠାଇବା ଜାରି ରହିବ।

ରାଜ୍ୟର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ ଓ ସିରସାରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ଆନ୍ତଃସେବା, ବିଭ୍ରାନ୍ତିକର ବାର୍ତ୍ତା/ଗୁଜବ ବ୍ୟବହାର କଲେ ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ଖରାପ ହୋଇପାରେ। ତେଣୁ ମୋବାଇଲ ଇଣ୍ଟରନେଟ୍ ସେବା, ଏସ୍ ଏମ୍ ଏସ୍ ସେବା ଓ ଅନ୍ୟାନ୍ୟ ସେବା ଉପରେ କଟକଣା ଜାରି କରାଯାଇଛି।