ନୂଆଦିଲ୍ଲୀ : ହରିୟାଣାର କୁରୁକ୍ଷେତ୍ରରେ ଦିଲ୍ଲୀ-ଚଣ୍ଡିଗଡ଼ ରାଜପଥ ଅବରୋଧ କରି ଧାରଣାରେ ବସିଥିବା କୃଷକଙ୍କ ଦାବିକୁ ହରିୟାଣା ସରକାର ଗ୍ରହଣ କରିଛନ୍ତି। କୃଷକମାନେ ମଙ୍ଗଳବାର କହିଛନ୍ତି, "ଆଜି ଆମର ଦାବିକୁ ସରକାର ଗ୍ରହଣ କରିଛନ୍ତି। ସମସ୍ତ ସହକର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ। ଏକତାରେ ଶକ୍ତି ଅଛି ବୋଲି ଆଜି ପ୍ରମାଣିତ ହୋଇଛି। ଏହା ଅନ୍ତିମ ବିଜୟ ନୁହେଁ। ଚୂଡ଼ାନ୍ତ ବିଜୟ ସେତେବେଳେ ହିଁ ହେବ ଯେତେବେଳେ ସରକାର ସମଗ୍ର ଦେଶରେ ଏମଏସପି ଦାବିକୁ ଗ୍ରହଣ କରିବେ ।"
ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ଆମେ ଆମର ଆନ୍ଦୋଳନ ଶେଷ କରୁଛୁ। ବନ୍ଦ ରାସ୍ତା ଆଜି ଖୋଲାଯିବ। ଆମେ ପ୍ରତିବାଦ କରୁଥିଲୁ ଯେ ଆମର ଫସଲ ଏମଏସପିରେ କିଣାଯିବା ଉଚିତ୍ । ଆମେ ସାରା ଦେଶରେ ଏମଏସପି ପାଇଁ ଲଢ଼େଇ ଜାରି ରଖିବୁ । ଆମ ନେତାମାନଙ୍କୁ ମଧ୍ୟ ଖୁବଶୀଘ୍ର ମୁକ୍ତ କରାଯିବ। ଆମେ ଏକ ସପ୍ତାହ ଧରି ସଂଘର୍ଷ କରିଛୁ ଏବଂ ଆଜି ଆପଣ ମାନଙ୍କ ସହଯୋଗରେ ଆମ ର ଦାବିକୁ ସରକାର ଗ୍ରହଣ କରିଛନ୍ତି । ଆମେ କାହା ଆଗରେ ମୁଣ୍ଡ ନୁଆଁଇନାହୁଁ, କେବଳ ଆମର ଅଧିକାର କ'ଣ ବୋଲି ପଚାରିଛୁ ।“
ସୂଚନାଯୋଗ୍ୟ ଯେ ସୂର୍ଯ୍ୟମୁଖୀ ଏମଏସପି ଦାବିରେ କୃଷକମାନେ ଏହି ଆନ୍ଦୋଳନ କରିବା ସହ ଦିଲ୍ଲୀ-ଚଣ୍ଡିଗଡ଼ ରାସ୍ତା ଅବରୋଧ କରିଥିଲେ ।