ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦେବାସ ଜିଲ୍ଲାର ଖେତଗ୍ରାମରୁ ଏକ ଭାବବିହ୍ବୋଳ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ଚାଷୀ ତାଙ୍କ ପରିବାର ସହିତ ଆଣ୍ଠେଇ ଆଣ୍ଠେଇ ଏସଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅଭିଯୋଗ ଜଣାଇଥିଲେ।
ଏସଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଚାଷୀ ଅଭିଯୋଗ କରି କହିଛନ୍ତି, ‘ମୋର ପଡ଼ିଶାଲୋକ ମୋର ଚାଷ ଜମିକୁ ଯିବାକୁ ଥିବା ରାସ୍ତା ବନ୍ଦ କରି ଦେଇଛନ୍ତି। ଯେଉଁ କାରଣରୁ ମୁଁ ମୋ ମକା ଚାଷ ଜମିକୁ ଯାଇ ପାରୁ ନାହିଁ। ଦୁଇମାସ ହେଲା ମୋ ମୋ ଫସଲ ଜମିରେ ସେମିତି ପଡ଼ି ରହିଛି। ପଚିଲାଣି କି ଫସଲର କ’ଣ ଅବସ୍ଥା ହେଲାଣି କିଛି ଜାଣି ପାରୁନାହିଁ। ଏନେଇ ମୁଁ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଥିଲି କିନ୍ତୁ କୌଣସି ପ୍ରକାର ସୁଫଳ ମିଳି ପାରି ନଥିଲା।
ଏହି କାରଣରୁ ମୁଁ ଆଣ୍ଠେଇ ଆଣ୍ଠେଇ ମୋ ସ୍ତ୍ରୀ ଓ ତିନିଜଣ ପିଲାଙ୍କୁ ଧରି ଗୁହାରି କରିବା ପାଇଁ ଏସଡିଏମ ପ୍ରିୟା ଚନ୍ଦ୍ରାବତଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି।
ସଡିଏମ ପ୍ରିୟା ଚନ୍ଦ୍ରାବତ ଚାଷୀ ଲକ୍ଷ୍ମଣଙ୍କ ଅଭିଯୋଗ ଶୁଣିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଲକ୍ଷ୍ମଣ ଆର୍ଥିକ ଭାବେ ଦୁର୍ବଳ। ସେ ସିଭିଲ କୋର୍ଟରେ ମାମଲା ହାରି ଯାଇଛନ୍ତି। କେସ ଲଢ଼ିବା ପାଇଁ ତାଙ୍କ ପାଖରେ ଅର୍ଥବଳ ନାହିଁ। ତେଣୁ ମୁଁ ତାଙ୍କୁ ଯଥା ସମ୍ଭବ ସାହାଯ୍ୟ ପାଇଁ ଚେଷ୍ଟା କରିବି। ମୋ ଦ୍ବାରା ଯେତିକି ହୋଇପାରିବ ତାଙ୍କ ସମସ୍ୟାର ସମାଧାନ କରିବି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/13/4hePlZn6KmwvezqG4a8K.jpg)